କାଦୁଅରେ ଫସିଗଲା ୧୫ ଦିନର ହାତୀ ଛୁଆ। ଛାଡ଼ି ପଳାଇଲେ ୨୨ ଟିକିଆ ହାତୀ ପଲ। ଅନୁଗୁଳ ନିକଟସ୍ଥ ଶ୍ୟାମସୁନ୍ଦରପୁର ଗାଁର ଘଟଣା। କାଦୁଅରେ ଛଟପଟ ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ।
![]()
/odishatv-khabar/media/media_files/2025/11/09/baby_elephant_rescue-2025-11-09-08-50-46.jpg)
BABY_ELEPHANT_RESCUE Photograph: (OTV)
ଖାଦ୍ୟ ଅନ୍ୱେଷଣରେ ଆସି ଧାନବିଲ କାଦୁଅରେ ଫସିଗଲା ୧୫ ଦିନର ହାତୀ ଛୁଆ। ଛାଡ଼ି ପଳାଇଲେ ୨୨ ଟିକିଆ ହାତୀ ପଲ। ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ନିକଟସ୍ଥ ଶ୍ୟାମସୁନ୍ଦରପୁର ଗାଁରେ। କାଦୁଅରେ ଛଟପଟ ହେଉଥିଲା ହାତୀ ଛୁଆ।
ଖବର ପାଇ ବନ ବିଭାଗର ଅନୁଗୁଳ ରେଞ୍ଜ ଟିମ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରି ପୁରୁଣାଗଡ ନିକଟସ୍ଥ କୁଲାସିଂହା ନର୍ସରୀରେ ରଖାଯାଇ ଚିକିତ୍ସା କରୁଛି। ରାତି ସାରା ଶୀତରେ ଥିବାରୁ ହାତୀ ଛୁଆଟି ଦୁର୍ବଳ ହୋଇଯାଇଛି। ହାତୀ ଛୁଆର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆଣିବାକୁ ଗ୍ଲୁକୋଜ, ସାଲାଇନ ସହ ଔଷଧ ଦିଆଯାଉଛି।
ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାକୁ ପୁଣି ଥରେ ମନ୍ଦରଗିରି ପାହାଡ଼ ନିକଟରେ ଥିବା ୨୨ ଟିକିଆ ହାତୀ ପଲ ସହ ମିଶାଇବାକୁ ପ୍ରୟାସ କରାଯିବ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ DFO ନୀତିଶ କୁମାର।
• କାଦୁଅରେ ଫସିଗଲା ୧୫ ଦିନର ହାତୀ ଛୁଆ
• ଛାଡ଼ି ପଳାଇଲେ ୨୨ ଟିକିଆ ହାତୀ ପଲ
• ଅନୁଗୁଳ ନିକଟସ୍ଥ ଶ୍ୟାମସୁନ୍ଦରପୁର ଗାଁର ଘଟଣା
• କାଦୁଅରେ ଛଟପଟ ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ




