ନୂଆପଡ଼ାରେ ରବିବାର ଥମିବ ପ୍ରଚାର, ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ଏରିଆ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆପଡ଼ାରେ-ରବିବାର-ଥମିବ-ପ୍ରଚାର,-ଅପରାହ୍ନ-୪ଟା-ସୁଦ୍ଧା-ବାହାର-ଲୋକଙ୍କୁ-ଏରିଆ-ଛାଡ଼ିବାକୁ-ନିର୍ଦ୍ଦେଶ

ନୂଆପଡ଼ାରେ ରବିବାର ଥମିବ ପ୍ରଚାର, ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ଏରିଆ ଛାଡ଼ିବାକୁ ନିର୍ଦ୍ଦେଶ

Published By: Kirti – Prameya-News7 Bureau | November 09, 2025 08:14 AM

NEWS7

nuapada

ନୂଆପଡ଼ା ୦୯।୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ସଂଧ୍ୟା ୬ଟାରେ ପ୍ରଚାର ଶେଷ ହେବ। ଏହାପରେ ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ନୂଆପଡ଼ା ଛାଡ଼ି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି।

ତେବେ ପ୍ରଚାର ଶେଷ ଦିନ ଥିବାରୁ ସବୁ ପ୍ରାର୍ଥୀ, ତାଙ୍କ ସମର୍ଥକ, ଦଳୀୟ ନେତା ଓ କର୍ମୀମାନେ ପୂରା ଜୋର୍ ଲଗାଇ ଦେଇଛନ୍ତି। କୌଣସି ଅଞ୍ଚଳ, ସାହି, ଘର ବା ଭୋଟର୍ ଯେମିତି ଅପହଞ୍ଚ ନରହିବ ତାହା ସୁନିଶ୍ଚିତ କରିବାକୁ ପ୍ରୟାସ ଚଳାଇଛନ୍ତି। ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଶେଷ ଉଦ୍ୟମ ଜାରି ରଖିଛନ୍ତି। ଶନିବାର ନୂଆପଡ଼ାରେ ବିଶାଳା ରୋଡ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ୨୪ ବର୍ଷରେ ପୂର୍ବ ସରକାର ନୂଆପଡ଼ା ପାଇଁ କ’ଣ କରିଛନ୍ତି ବୋଲି ହିସାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

Scroll to Top