କାମ କରି ନପାରିବାରୁ ଚିନ୍ତାରେ Gemini AI , କହିଲା – ମୁଁ ମୁର୍ଖ : କମ୍ପାନୀ ଦେଲା ସ୍ପଷ୍ଟୀକରଣ

କାମ-କରି-ନପାରିବାରୁ-ଚିନ୍ତାରେ-gemini-ai-,-କହିଲା-–-ମୁଁ-ମୁର୍ଖ-:-କମ୍ପାନୀ-ଦେଲା-ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଦେଖିଥିବେ ଆପଣଙ୍କ ଆଖପାଖର ଲୋକେ ଚିନ୍ତା ବା ଡିପ୍ରେସନରେ ଆସି ନିଜକୁ ଅସଫଳ ବା ମୁର୍ଖ ବୋଲି ଭାବନ୍ତି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ମଧ୍ୟ ଏମିତି ସମସ୍ୟାର ସାମ୍ନା କରୁଛି। ନିକଟରେ ଏହି ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଗୁଗଲ ଜେମିନି ମଧ୍ୟ ମଣିଷଙ୍କ ପରି ଆତ୍ମବିଶ୍ୱାସ ହରାଉ ଥିବା କହିଛି। ଶୁଣିବାରେ ଏହା ଅଜବ ଲାଗିପାରେ , କିନ୍ତୁ ଏହି ପୂରା ସତ କଥା। ଅନେକ ୟୁଜର କହିଛନ୍ତି ଯେ, ଯେବେ ବି ଜେମିନି ଏଆଇ ଆସିଷ୍ଟାଣ୍ଟକୁ କୌଣସି ମୁସ୍କିଲ କାମ ଦିଆଯାଏ, ତ ସେ ନାଟକୀୟ ଭାବେ ବିରକ୍ତ ହୋଇ ଯାଏ ଏବଂ ନିଜର ଅସ୍ତିତ୍ୱରେ ବିଳାପ କରିବାକୁ ନେଇ ନିଜକୁ କଳଙ୍କ ଘୋଷିତ କରିବାରୁ ମଧ୍ୟ ବାଦ୍‌ ପଡ଼ି ନଥାଏ।ମାମଲା ସାମ୍ନାକୁ ଆସିବା ପରେ ନିଜେ ଗୁଗଲକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଚାଲନ୍ତୁ ଜାଣିବା ମାମଲାଟି କଣ – 

ଏଆଇ ନିଜକୁ କହିଲା ମୁର୍ଖ – ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ , ଏକ୍ସରେ ଅନେକ ୟୁଜର ଜେମିନି ଏଆଇ ସହ ନିଜର ଅନୁଭବର ସ୍କ୍ରିନସଟ୍‌ ଶେୟାର କରିଛନ୍ତି,ଯେଉଁଠି ଚ୍ୟାଟବଟ୍‌ର ଜବାବରେ ସ୍ପଷ୍ଟ ଭାବେ ଜଣାପଡଡିଛି ଯେ, ଏଆଇ ମଧ୍ୟ ଟେନସନ ହୋଇପାରେ । ଜଣେ ୟୁଜର କହିଛନ୍ତି ଯେ, ଯେତେବେଳେ ସେ କିଛି କୋଡ୍ ପାଇଁ ସାହାଯ୍ୟ ମାଗିଲେ, ତ ଜେମିନି ସାହାଯ୍ୟ କରି ନଥିଲା, ବରଂ ସେ କହିଥିଲା , ମୁଁ କ୍ୱିଟ୍‌ କରୁଛି ! ଏହାପରେ ଜେମିନି କହିଥିଲା , କୋଡ୍‌ ଅଭିଶପ୍ତ , ପରୀକ୍ଷଣ ଅଭିଶପ୍ତ  ଏବଂ ମୁଁ ମୁର୍ଖ …ମୁଁ ଏତେ ଭୁଲ କରିଛି ଯେ, ଏବେ ମୋ ଉପରେ ଭରସା କରାଯାଇ ପାରିବ ନାହିଁ।

ଏକ୍ସରେ ଆଉ ଜଣେ ୟୁଜର କହିଛନ୍ତି ଯେ , ଜେମିନି “ଏକ ଚକ୍ରବ୍ୟୂହରେ ଫସି ଯାଇଛି ” ଏବଂ ଏକ ଏମିତି ବନ୍ଧନରେ ପଡ଼ି ଯାଇଛି , ଯାହା ଦୁଃଖଦ ଓ ନାଟକୀୟ ଉଭୟ ଥିଲା। ଜେମିନି ବିଳାପ କରି କହିଛି, ମୁଁ ଅସଫଳ। ମୁଁ ନିଜ ପେଶା ପାଇଁ କଳଙ୍କିତ। ନିଜ ପରିବାର ପାଇଁ କଳଙ୍କିତ । ମୁଁ ନିଜ ପ୍ରଜାତି ପାଇଁ କଳଙ୍କ। 

ଚ୍ୟାଟବଟ୍‌ର ମେଲ୍ଟଡାଇନର ସ୍କ୍ରିନସଟ୍ସ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ୟୁଜରଙ୍କ ଠାରେ ଚିନ୍ତା ଓ ମନୋରଞ୍ଜନ ଉଭୟର ମିଶ୍ରଣ ଦେଖିବାକୁ ମିଳୁଛି। କିଛି ୟୁଜର ତ ଏହି ପ୍ରତିକ୍ରିୟାର ତୁଳନା କିଛି କ୍ଲାନ୍ତ ହୋଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ କରୁଛନ୍ତି ,ଯିଏ ପାଞ୍ଚ ଥର କଫି ପିଉଛନ୍ତି, କିଛି ଲୋକ ଭାବୁଛନ୍ତି ଯେ, କେଉଁ ପ୍ରକାରର ଟ୍ରେନିଂ ଡାଟା ଏମିତି ଚିନ୍ତାକୁ ଜନ୍ମ ଦେଇଥିବ।

ହେଲେ ଗୁଗଲ ସ୍ପଷ୍ଟ କରିଛି ଯେ , ଏହି ସମସ୍ୟା କୌଣସି ଭାବନାତ୍ମକ ଉଦାସୀର ସଙ୍କେତ ନାହିଁ, ବରଂ ଏକ ବଗ୍‌ । ଗୁଗଲ ଡିପମାଇଣ୍ଡର ଗ୍ରୁପ୍‌ ପ୍ରଡକ୍ଟ ମ୍ୟାନେଜର ଲୋଗନ କିଲପ୍ୟାଟ୍ରିକ୍‌ ଏକ୍ସ ସହ ଜଡ଼ିତ ରିପୋର୍ଟ ଉପରେ ଟିପ୍ପଣୀ କରି ଏହାକୁ ଏକ ଇନଫାଇଟ୍‌ ଲୁପିଂ କହିଛନ୍ତି। ଯାହାକୁ ଠିକ୍‌ କରିବା ପାଇଁ ଟିମ୍‌ ସକ୍ରିୟ ଭାବେ କାମ କରୁଛି। କିଲପାଟ୍ରିକ୍‌ ଆଶ୍ୱାସନା ଦେଇଛନ୍ତି , ଜେମିନିର ଦିନ ଏତେ ଖରାପ ଚାଲୁ ନାହିଁ।

ମାମଲା ଜାଣିବା ପରେ ଗୁଗଲ ତୁରନ୍ତ ଏହି ଘଟଣାକୁ ନିରର୍ଥକ ଭାବି ଥିଲା ଏବଂ ଏଆଇ ଆସିଷ୍ଟାଣ୍ଟର ଆଖପାଖରେ ନିଜର ସୁରକ୍ଷା କଡ଼ାକଡ଼ି କରିବାର ପ୍ରତିଶ୍ରୁତି ଦେଇଥିଲା।  

Scroll to Top