ବୟସ ବଢିଗଲେ, ବଳ କମିଗଲେ ଆଉ ଖଟିବାକୁ ଜୁ ପାଏ ନାହିଁ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରତି ମାସରେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ କିଛି ନା କିଛି ଅର୍ଥ ଆଶା କରନ୍ତି। ଏହାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ।
/odishatv-khabar/media/media_files/2025/11/08/atal-pension-yojana-2025-11-08-15-32-29.jpg)
Atal-Pension-Yojana Photograph: (OTV)
ବୟସ ବଢିଗଲେ, ବଳ କମିଗଲେ ଆଉ ଖଟିବାକୁ ଜୁ ପାଏ ନାହିଁ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରତି ମାସରେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ କିଛି ନା କିଛି ଅର୍ଥ ଆଶା କରନ୍ତି। ଏହାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ସାଧାରଣ ନାଗରିକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ଜମା କରିବାକୁ ହୁଏ। ଏହା ଜୀବନର ଶେଷ ସମୟରେ କାମ ଦିଏ।
ଅଟଳ ପେନସନ୍ ଯୋଜନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଏବଂ ଅବସର ପରେ କୌଣସି ସୁବିଧା ପାଉ ନଥିବା ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା।
ଏହି ଯୋଜନାରେ ସାମିଲ ହେବା ପାଇଁ, ଆପଣଙ୍କୁ ୧୮ ରୁ ୪୦ ବର୍ଷ ବୟସ ହୋଇଥିବ ଆଉ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡିବ, ଯାହା ଆପଣଙ୍କ ବୟସ ଏବଂ ଆପଣ ବାଛିଥିବା ପେନସନ ସ୍ଲାବ ଅନୁସାରେ ହେବ।
ଆପଣଙ୍କୁ ୬୦ ବର୍ଷ ହେବା ପରେ, ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ମିଳିବ। ଯଦି ପଲିସି ହୋଲ୍ଡରଙ୍କ ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କ ପତି କିମ୍ବା ପତ୍ନୀ ଏହି ପେନସନ ପାଇବେ। ଯଦି ସେମାନଙ୍କ ମଧ୍ୟରୁ କେହି ନ ଥାଆନ୍ତି ତେବେ ଏହି ଟଙ୍କା ସେମାନଙ୍କ ନୋମିନୀଙ୍କୁ ମିଳିବ।
ଏହି ଯୋଜନାରେ ନିବେଶ କରିବା ବହୁତ ସହଜ। ଏନେଇ ଆପଣଙ୍କର ଏକ ସେଭିଙ୍ଗ୍ ବ୍ୟାଙ୍କ୍ ଆକାଉଣ୍ଟ ଥିବା ଜରୁରୀ। ଏହାପରେ, ବ୍ୟାଙ୍କକୁ ଯାଇ ଅଟଳ ପେନସନ ଯୋଜନାର ଫର୍ମ ପୂରଣ କରିବାକୁ ହେବ। ଆଧାର କାର୍ଡ ଏବଂ ମୋବାଇଲ୍ ନମ୍ବର ଥିଲେ ଯଥେଷ୍ଟ। ପ୍ରିମିୟମ୍ ପ୍ରତି ମାସରେ ECS ମାଧ୍ୟମରେ ଆପେ ଆପେ ଆକାଉଣ୍ଟରୁ କଟିଯିବ। ତେବେ ଏନେଇ ଆପଣ ଯେକୌଣସି ପେନସନ୍ ସ୍ଲାବ୍ ବାଛିପାରିବେ।
ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି ଆଉ ମାସକୁ ୧୦୦୦ ଟଙ୍କା ପେନସନ ଚାହାନ୍ତି ତେବେ ମାସିକ ୪୨ ଟଙ୍କା ଦେବାକୁ ପଡିବ। ଯଦି ୫୦୦୦ ଟଙ୍କାର ପେନସନ ସ୍ଲାବ୍ ବାଛନ୍ତି, ତେବେ ପ୍ରିମିୟମ୍ ୧୨୩୯ ଟଙ୍କା ହେବ।




