ଜଣେ ଶ୍ରଦ୍ଧାଳୁଙ୍କ ଚଷମାରେ ହିଡେନ୍ କ୍ୟାମେରା ଲଗାଇଥିବା ଜଣା ପଡିବା ପରେ ଧରିଥିଲେ ଜେଟିପି। ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶରେ ପଶିଥିଲେ ଶ୍ରୀମନ୍ଦିର ଗର୍ଭଗୃହରେ।
![]()
/odishatv-khabar/media/media_files/2025/11/08/srimandir-2025-11-08-13-09-38.jpg)
Srimandir Photograph: (OTV)
ପୁଣି ବଡ଼ ବିଭ୍ରାଟ, ପୁଣି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ… କିଏ ଶ୍ରୀମନ୍ଦିରରେ ବେଶ ବଦଳାଇ ପଶିଲାଣି ତ ଆଉ କିଏ ହିଡେନ୍ କ୍ୟାମେରା ନେଲାଣି । ପୁଣି କେତେବେଳେ ଡ୍ରୋନ ଉଡାଇଲାଣି ବଡଦେଉଳ ଉପରେ । କାହିଁକି ଏତେ ଢିଲା ସୁରକ୍ଷା ବ୍ୟବସ୍ଥା ? କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ ? ଶ୍ରୀମନ୍ଦିରର ସୁରକ୍ଷା ସହ ଏମିତି ସାଲିସ୍ କାହିଁକି ?
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କିଛି ନୂଆ କଥା ନୁହେଁ । ବାରମ୍ବାର ଡ୍ରୋନ ଉଡୁଛି, ହିଡେନ୍ କ୍ୟାମେରା ଧରାପଡୁଛି । ତଥାପି ଏଥିରେ ଲାଗିପାରୁନି ବ୍ରେକ । ଆଜି ପୁଣି ଥରେ ଜଣେ ଶ୍ରଦ୍ଧାଳୁଙ୍କ ଚଷମାରେ ଠାବ ହୋଇଛି ହିଡେନ୍ କ୍ୟାମେରା । ଏହି ଶ୍ରଦ୍ଧାଳୁଙ୍କ ଘର ଗୁଜୁରାଟର ଅହମଦାବାଦରେ। ତାଙ୍କ ନାଁ ଭରତ ପାଣ୍ଡିଆ। ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରରେ ପଶିଥିଲେ ସେ । କ୍ୟାମେରାରେ ମନ୍ଦିର ଭିତର ଓ ମହାପ୍ରଭୁଙ୍କ ଫଟୋ ଚୋରାଇବାକୁ ଚେଷ୍ଟା କରୁଥିଲେ ।
ଜଗମୋହନ ମନ୍ଦିର ପାଖରେ ଗୁଜୁରାଟର ଏହି ଶ୍ରଦ୍ଧାଳୁଙ୍କୁ ଧରିଥିଲେ ଜେଟିପି । ତାଙ୍କୁ ରଖି ଗାରଦରେ ପଚରାଉଚରା କରାଯାଇଛି । ସେପଟେ ଆଉ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶରେ ପଶିଥିଲେ ଶ୍ରୀମନ୍ଦିର ଗର୍ଭଗୃହରେ । ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର ।
ଗୋପାଳବଲ୍ଲଭ ନୀତି ପରେ ଯାଜପୁରର ଏହି ଶ୍ରଦ୍ଧାଳୁ ଜଣକ ଗର୍ଭଗୃହରେ ପ୍ରବେଶ କରିଥିଲେ । ସେବାୟତ ବେଶରେ ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ । ଏ କଥା ଜଣାପଡିବା ପରେ ତାଙ୍କୁ ଗରଦରେ ଅଟକ ରଖି ପଚରାଉଚରା କରିଥିଲା ଜେଟିପି ।
ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।




