ଉଭୟ ବିଜେପି ଓ ବିଜେଡି ବେଇମାନ ଶବ୍ଦକୁ ନେଇ ଆରୋପ ପ୍ରତ୍ୟାରୋପ କରି ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି

ଉଭୟ-ବିଜେପି-ଓ-ବିଜେଡି-ବେଇମାନ-ଶବ୍ଦକୁ-ନେଇ-ଆରୋପ-ପ୍ରତ୍ୟାରୋପ-କରି-ସମସ୍ତଙ୍କୁ-ଭୁଆଁ-ବୁଲାଉଛନ୍ତି

ନୂଆପଡ଼ା ୧୧: ବେଇମାନ ଶବ୍ଦ ବ୍ୟବହାରକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କଲା କଂଗ୍ରେସ ।  ନୂଆପଡ଼ାରେ ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ପ୍ରକୃତ ପ୍ରସଙ୍ଗକୁ ଏଡେଇବା ପାଇଁ ଉଭୟ ବିଜେପି ଓ ବିଜେଡି ବେଇମାନ ଶବ୍ଦକୁ ନେଇ ଆରୋପ ପ୍ରତିଆରୋପ କରି ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି । ନିର୍ବାଚନରେ ଅନେକ ପ୍ରସଙ୍ଗ ରହିଛି ତା ଉପରେ ଆଲୋଚନା ହେଉନି । ଭୂସ୍ବର୍ଗ କୁହାଯାଉଥିବା ସୁନାବେଡା ଉପରେ ଗୁରୁତ୍ୱ ଦିଆ ଯାଉନାହିଁ । ଚାଷୀ, ପର୍ଯ୍ୟଟନ, ଜଳସେଚନ, ପାନୀୟ ଜଳ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ତା ଉପରେ ଭାଇ ଭାଇ ବିଜେପି-ବିଜେଡି ଗୁରୁତ୍ୱ ଦେଉଛି ନାହାନ୍ତି ।

କଂଗ୍ରେସ ନିର୍ବାଚନୀ ଇସ୍ତାହାର ଦେଲା ହେଲେ ଉଭୟ ବିଜେଡି-ବିଜେପି ଚୁପ୍ । ବିଜେଡି ଯଦିଓ ବାହାରୁ ପ୍ରାର୍ଥୀ କରିଛି, ବିଜେପି ମଧ୍ୟ ପ୍ରକୃତ ଲୋକକୁ ପ୍ରାର୍ଥୀ କରିନାହିଁ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏ ମାଟିର ମଣିଷ, ନିର୍ବିବାଦୀୟ ଲଢୁଆ ନେତା । ତେଣୁ ଅଞ୍ଚଳ ବାସିନ୍ଦା ଏହା ଉପରେ ଧ୍ୟାନ ଦେବେ । ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ସାର ଚୋରି ମାମଲାରେ ପୋଲିସ ଭୟରେ ଫେରାର ଥିଲେ । ନକଲି ଚାଷୀ ହୋଇ ତିଖାଳି ପ୍ରକଳ୍ପରୁ କୋଟିଏ ଉର୍ଦ୍ଧ୍ବ ଟଙ୍କା ହଟେଇ ପରେ ଫେରେଇଥିଲେ ।

ସେପଟେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପିସି ରାଣୀ ବୋଲି କହିବା ସହ ଘାସିରାମ ଜଣେ ସାଲିସ ବିହୀନ ନିର୍ବିବାଦୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟ କରିବା ପାଇଁ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ନିବେଦନ କରିଛନ୍ତି ପିସିସି ରାଜ୍ୟ ମିଡ଼ିଆ ଅଧ୍ୟକ୍ଷ ଅରବିନ୍ଦ ଦାସ ।

Scroll to Top