ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୟ ଢୋଲକିଆଙ୍କ ପାଇଁ ମାଗିବେ ଭୋଟ୍

ନୂଆପଡ଼ାରେ-ପୁଣି-ପ୍ରଚାର-କରିବେ-ମୁଖ୍ୟମନ୍ତ୍ରୀ-ମୋହନ-ମାଝୀ,-ଜୟ-ଢୋଲକିଆଙ୍କ-ପାଇଁ-ମାଗିବେ-ଭୋଟ୍

ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୟ ଢୋଲକିଆଙ୍କ ପାଇଁ ମାଗିବେ ଭୋଟ୍

Published By: Kirti – Prameya-News7 Bureau | November 08, 2025 09:14 AM

NEWS7

Mohan Majhi

ଭୁବନେଶ୍ୱର/ନୂଆପଡ଼ା ୦୮।୧୧ : ପାଖେଇ ଆସୁଛି ଉପନିର୍ବାଚନର ତାରିଖ । ଏବେ ନୂଆପଡ଼ାରେ ପ୍ରଚାର ଜୋରଦାର । ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସବୁ ଦଳ କ୍ୟାମ୍ପେନରେ ଜୋରସୋରରେ ଲାଗିପଡିଛନ୍ତି । ଏହିକ୍ରମରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତରେ ପୁଣି ଯିବ । ସେଠାରେ ବିଶାଳ ରୋଡ ସୋ’ କରିବେ । ଯାହାକୁ ଦୃଷ୍ଟିରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସକାଳ ୯ଟା ୫୦ରେ ତାଙ୍କ ବାସଭବନରୁ ବାହାରି ୯ଟା ୫୫ ରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ୧୦ଟା ୫ରେ ବାହାରି ଦିନ ୧୧ଟାରେ ନୂଆପଡ଼ାର ଗୋଟମା ଏୟାରଷ୍ଟ୍ରିପ୍ ଠାରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ୧୧ଟା ୨୫ରେ ବାହାରି ୧୧ଟା ୪୫ ସୁଦ୍ଧା ସୁନାବେଡ଼ା ବିଏସଏଫ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ୧୧ଟା ୫୦ରେ ବାହାରି ୧୨ଟା ୫ରେ ସୁନାଦେଇ ମନ୍ଦିରରେ ପହଞ୍ଚିବେ ।  ସେଠାରେ ମାଆଙ୍କ ଆଶିଷ ନେଇ ୧୨ଟା ୩୦ରେ ସୁନାଦେଇ ମନ୍ଦିରରୁ ବାହାରି ୧୨ଟା୪୦ରେ ଚାଙ୍ଗୁଡ଼ିଠାରେ ପହଞ୍ଚିବେ । ୧୨ଟା ୪୦ରୁ ୨ଟା ୪୦ ପର୍ଯ୍ୟନ୍ତ କିଛି ସମୟ ଅତିବାହିତ କରିବା ପରେ ୨ଟା ୪୦ରେ ପୁଣି ହେଲିକପ୍ଟରରେ ସୁନାବେଡ଼ା ବିଏସଏଫ ହେଲିପ୍ୟାଡ୍‌କୁ ଯିବେ । ଦ୍ୱିପ୍ରହର ୩ଟାରେ ଡିଆଁମୁଣ୍ଡା ଛକରେ ଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସର୍କିଟ୍‌ ହାଉସ୍‌କୁ ଯିବେ । ସେଠାରେ ୩ଟା ୫ରୁ ୩ଟା ୪୫ ଯାଏ ରହିବେ । ୩ଟା ୪୫ରେ ସର୍କିଟ୍ ହାଉସ୍‌ରୁ ବାହାରି ୪ଟାରେ ରୋଡ୍‌ ସୋ ଆରମ୍ଭ ହେବା ସ୍ଥାନରେ ପହଞ୍ଚିବେ । ଏହାପରେ ୪ଟାରୁ ରାତି ୮ଟା ଯାଏ ନୂଆପଡ଼ା ଖରିଆର ରୋଡ୍‌ରେ ରୋଡ୍‌ ସୋ କରିବେ । ରୋଡ୍ ସୋ ସରିବା ପରେ ରାତି ୯ଟାରେ ପୁଣି ଥରେ ସର୍କିଟ୍ ହାଉସ୍‌ ଯିବେ । ସେଠାରେ ରାତ୍ରି ଯାପନ କରି ରବିବାର ଦିନ ୧୧ଟାରେ ସର୍କିଟ୍ ହାଉସ୍‌ରୁ ବାହାରି ୧୧ଟା ୨୦ରେ ଗୋଟମା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ଏହା ପରେ ୧୧ଟା ୩୦ରେ ସେଠାରୁ ବାହାରି ଦିନ ଦିନ ୧୨ଟା ୨୫ରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ୧୨ଟା ୩୫ରେ ବାହାରି ୧୨ଟା ୪୦ରେ ନିଜ ବାସଭବନରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

Scroll to Top