ଗଞ୍ଜାମ ଜିଲ୍ଲା ପୋଲିସକୁ ସଫଳତା, ୩୦୯ ଜଣ ଜାମିନ୍ ବିହୀନ ୱାରେଣ୍ଟ ଥିବା ଅପରାଧୀ ଗିରଫ

ଗଞ୍ଜାମ-ଜିଲ୍ଲା-ପୋଲିସକୁ-ସଫଳତା,-୩୦୯-ଜଣ-ଜାମିନ୍-ବିହୀନ-ୱାରେଣ୍ଟ-ଥିବା-ଅପରାଧୀ-ଗିରଫ

ଗଞ୍ଜାମ ଜିଲ୍ଲା ପୋଲିସକୁ ସଫଳତା, ୩୦୯ ଜଣ ଜାମିନ୍ ବିହୀନ ୱାରେଣ୍ଟ ଥିବା ଅପରାଧୀ ଗିରଫ

Published By : Prameya-News7 Bureau | August 08, 2025 IST

ଛତ୍ରପୁର: ଜାମିନ୍ ବିହୀନ ୱାରେଂଟ ଅପରାଧୀଙ୍କୁ ଧରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚାଲିଥିଲା ସ୍ୱତନ୍ତ୍ର ଅଭିଯାନ । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାକୁ ସଫଳତା ମିଳିଛି । ଅଗଷ୍ଟ ୧ରୁ ୭ ତାରିଖ ମଧ୍ୟ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ଡ୍ରାଇଭ୍‌ରେ ୩୦୯ ଜଣ ଜାମିନ୍ ବିହୀନ ୱାରେଣ୍ଟ ଥିବା ଅପରାଧୀଙ୍କୁ ଗିରଫ କରାଯାଇଛି । 

ଖଲ୍ଲିକୋଟ ଥାନା ସର୍ବାଧିକ ୪୨ ଜଣ ଜାମିନ ବିହୀନ ୱାରେଣ୍ଟ ଥିବା ଅପରାଧୀକୁ ଧରିବାରେ ସଫଳ ହୋଇଛି । ବେଆଇନ ବନ୍ଧୁକ ରଖିବା ୪ଟି ମାମଲାରେ ୯ଟି ବନ୍ଧୁକ, ୫୯ ଗୁଳି ଜବତ ହୋଇଥିବା ବେଳେ ୧୩ ଜଣଙ୍କୁ ଗିରଫ କରାଯାଇଛି ।  ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top