ଆଗାମୀ ଦିନରେ ଓଡ଼ିଶା ସମେତ ୧୦ଟି ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଭାବରେ ହାଇଡ୍ରୋଜେନ୍ ଗାଡି ଚଳାଇବାକୁ ଯୋଜନା ଥିବା ସେ କହିଛନ୍ତି । ଓଡ଼ିଶାକୁ ହଜାରେ କୋଟି ଟଙ୍କାର CRRI ଫଣ୍ଡ ଅନୁମୋଦନ କରାଯାଇଥିବା ସମ୍ପର୍କରେ ଗଡ଼କରୀ ସୂଚନା ଦେଇଛନ୍ତି ।
/odishatv-khabar/media/media_files/2025/11/07/nitin-gadkari-2025-11-07-20-44-19.jpg)
Nitin Gadkari Photograph: (OTV)
ଦେଶରେ ଭଲ ରୋଡ୍ ହେଉଛି, ହେଲେ ସେଭଳି ଦୁର୍ଘଟଣା ମଧ୍ୟ ବଢିଚାଲିଛି। ପ୍ରତିଦିନ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ। ଭୁଲ୍ ଡିପିଆର ଏବଂ ଡିଜାଇନ୍ ଯୋଗୁଁ ଅଧିକ ସଂଖ୍ୟାରେ ଦୁର୍ଘଟଣା ଘଟୁଥିବା କହି ଏହାକୁ ସୁଧାରିବାକୁ କହିଛନ୍ତି। ଭୁବନେଶ୍ବରରେ ଇଣ୍ଡିଆନ ରୋଡ୍ସ କଂଗ୍ରେସର ଉଦଘାଟନ କରି ବର୍ଜ୍ୟବସ୍ତୁରୁ ସଡକ ନିର୍ମାଣ ସହ ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।…
ପ୍ରତିଦିନ ଦେଶରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ୪୨୦ ଜଣ
ଏମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ହେଉଛି ୧୮ରୁ ୩୬ ବର୍ଷ ବୟସର
ଇଞ୍ଜିନିୟର, ଡାକ୍ତରଙ୍କ ଭଳି ଯୁବ ବର୍ଗର ଅଧିକ ମରୁଛନ୍ତି
ଭୁବନେଶ୍ବରରେ ଆଜି ଏହି ଉଦବେଗଜନକ ତଥ୍ୟ ରଖି ଦେଶରେ ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ଆଜିଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ରୋଡ୍ସ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନକୁ ଉଦଘାଟନ କରି ଗଡ଼କରୀ କହିଛନ୍ତି, ଭୁଲ୍ DPR ପାଇଁ ଅଧିକ ଦୁର୍ଘଟଣା ଘଟୁଛି । ରାସ୍ତା ପାଲଟୁଛି ମରଣ ଯନ୍ତା। ତ୍ରୁଟିପୂର୍ଣ୍ଣ ଜଙ୍କସନ୍ ଡିଜାଇନ୍ ଲାଗି ରାସ୍ତାରେ ବୋହୁଛି ରକ୍ତ।
ଏଣୁ ଏହାକୁ ସୁଧାରିବା ଲାଗି ସେ ଅଧିବେଶନରେ ଉପସ୍ଥିତ ଇଞ୍ଜିନିୟର୍ସଙ୍କୁ ଆହ୍ବାନ ଦେଇଛନ୍ତି । କମ ବଜେଟ ପାଇଁ DPRକୁ ଶସ୍ତା ସଂସ୍ଥାକୁ ନଦେଇ ଉପଯୁକ୍ତ ସଂସ୍ଥାକୁ ଦେବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଗଡକରୀ ।
ରିଂ ରୋଡ ନିର୍ମାଣରେ ସହରର ବର୍ଜ୍ୟବସ୍ତୁ
ଭୁବନେଶ୍ବରରେ ହେବାକୁ ଥିବା ରିଂ ରୋଡ ନିର୍ମାଣରେ ସହରର ବର୍ଜ୍ୟବସ୍ତୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଗ୍ରୀନ ହାଇଡ୍ରୋଜେନକୁ ଭବିଷ୍ୟତ କହି ଏହାର ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ସମେତ ୧୦ଟି ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଭାବରେ ହାଇଡ୍ରୋଜେନ୍ ଗାଡି ଚଳାଇବାକୁ ଯୋଜନା ଥିବା ସେ କହିଛନ୍ତି । ଓଡ଼ିଶାକୁ ହଜାରେ କୋଟି ଟଙ୍କାର CRRI ଫଣ୍ଡ ଅନୁମୋଦନ କରାଯାଇଥିବା ସମ୍ପର୍କରେ ଗଡ଼କରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ର ପାଖରେ ଅର୍ଥର କୌଣସି ଅଭାବ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯେତେଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସେତେ ଶୀଘ୍ର ପ୍ରକଳ୍ପ ବାବଦକୁ ଅର୍ଥ ଦେବ।
ଓଡିଶା ପାଇଁ ହାତ ଖୋଲି ଥିବାରୁ ଗଡ଼କରୀଙ୍କୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି ଗଡ଼କରୀଙ୍କ ଭିଜନ୍ ପାଇଁ ଆଜି ଦେଶର ସଡକ ବିକଶିତ ହୋଇଛି। 2029 ସୁଦ୍ଧା 75ହଜାର କିମି ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। 2014 ରୁ 2024 ମଧ୍ୟରେ 10 ହଜାର କୋଟି ଟଙ୍କା ସଡକ ବିକାଶ ପାଇଁ ମୋଦି ସରକାର ଦେଇଛନ୍ତି। ଏହା ସହ ଓଡ଼ିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ରାଜ୍ୟ ସରକାରଙ୍କ ଭିଜନ 2036 ପୂରଣ ହୋଇ ପାରିବ ବୋଲି ମୋହନ କହିଛନ୍ତି। ସେହିପରି ଗଡ଼କରୀଙ୍କ ପାଖରେ ୪ଟି ପ୍ରସ୍ତାବ ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ।
ଇଣ୍ଡିଆନ ରୋଡ୍ସ କଂଗ୍ରେସର ଏହି ଅଧିବେଶନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରାଯାଉଛି। ସେହିପରି ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡସ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ।…




