Published By: Ruby – Prameya-News7 Bureau | November 07, 2025 03:16 PM
NEWS7
କଟକ ୭।୧୧: ପୋଲିସ ଏସ୍ଆଇ କେଳେଙ୍କାରୀ ଘଟଣାକୁ ନେଇ ଏସ୍ଆଇଟି ବୈଠକରେ ବିଶେଷ ଆଲୋଚନା ହୋଇଛି । ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କେବଳ ଓଡ଼ିଶା ସଂକ୍ରାନ୍ତରେ ଆଲୋଚନା ହୋଇଛି । ଆଜିର ବୈଠକରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଇଡି ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଯୋଗ ଦେଇଥିଲେ । ନିକଟ ଅତୀତରେ ରାଜ୍ୟରେ ଘଟିଥିବା କେତେକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି ।
ତେବେ ଆସନ୍ତା ୯ ତାରିଖରେ ଏସ୍ଆଇଟିର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ । ମାର୍ଚ୍ଚ ସୁଦ୍ଧା ଜଷ୍ଟିସ୍ ପଶାୟତ ସୁପ୍ରିମକୋର୍ଟରେ ୯ମ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ ।




