କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜିତ

କଳିଙ୍ଗ-ଷ୍ଟାଡିୟମ୍‌ରେ-ୱାର୍ଲଡ-ଆଥଲେଟିକ୍ସ-କଣ୍ଟିନେଣ୍ଟାଲ-ଟୁର୍-ବ୍ରୋଞ୍ଜ-ପ୍ରତିଯୋଗିତା-ଆୟୋଜିତ

ଭୁବନେଶ୍ବର ୧୦।୮: କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା । ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ କରାଯାଉଛି । 

ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଆଥଲେଟିକ୍ସ ଫେଡ଼େରେସନ ଅଫ୍ ଇଣ୍ଡିଆ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ କରାଯାଉଛି । 

ପ୍ରତିଯୋଗିତାରେ ୧୯ଟି ଇଭେଣ୍ଟ ଅନୁଷ୍ଠିତ ହେବ । ପ୍ରାୟ ୧୭ଟି ଦେଶରୁ ୧୬୦ଜଣ କ୍ରୀଡ଼ାବିତ୍‌ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଭାରତରୁ ୯୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି । 

ଓଡ଼ିଶାରୁ ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଲାଲୁପ୍ରସାଦ ଭୋଇ, ପ୍ରଜ୍ଞାନ ସାହୁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

You Can Read:

ନବରଙ୍ଗପୁରରେ ହେବ ମେଡିକାଲ କଲେଜ , ସବୁ ଜିଲ୍ଲା ହସ୍ପିଟାଲରେ ମିଳିବ MRI ଏବଂ CT ସ୍କାନ୍ ସୁବିଧା

Scroll to Top