ବ୍ୟାଙ୍କ୍ରୁ ଟଙ୍କା ଉଠାଇ ପାସବୁକ୍ ଅପଡେଟ୍ କରିବାକୁ ଯାଇଥିଲେ, ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
Published By: Ruby – Prameya-News7 Bureau | November 07, 2025 01:15 PM
NEWS7
ମାର୍ଶାଘାଇ ୭।୧୧: ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ୍ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୁଦାନଗରୀ ଥାନା ତିକନପୁର ଗ୍ରାମର ପ୍ରଶାନ୍ତ କୁମାର ଦେବତା ନାମକ ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଲୁଟ୍ ହୋଇଛି ।
ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ନିଜ ଝିଅଙ୍କ ସହିତ କୋରୁଆ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଗୁରୁବାର ୨ ଲକ୍ଷ ଟଙ୍କା ଉଠାଇଥିଲେ । କୋରୁଆ ବଜାରରେ ଥିବା ଏକ ଜନସେବା କେନ୍ଦ୍ର ସମ୍ମୁଖରେ ବାଇକ୍ ରଖି କୌଣସି ପାସବୁକ୍ ଅପଡେଟ୍ କରିବା ପାଇଁ ଜନସେବା କେନ୍ଦ୍ରକୁ ଯାଇଥିଲେ । ହଠାତ୍ ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ରେ ଆସି ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍ କରି ନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ପ୍ରଶାନ୍ତ ଦୋକାନ ପାଇଁ ଜିନିଷପତ୍ର କିଣିବା ସହିତ ଘର କରିବାକୁ ଟଙ୍କା ଉଠାଇଥିଲେ ବୋଲି ସୂଚନା ଦେଇଛନ୍ତି ।
ଟଙ୍କା ଲୁଟ୍ ହୋଇଗଲା ପରେ ଦୋକାନ ପାଇଁ ସଉଦା କିପରି ଆଣିବେ ଓ ଘର କେମିତି କରିବେ ବୋଲି ପ୍ରଶାନ୍ତ କହିଛନ୍ତି । ପ୍ରଶାନ୍ତ ଏନେଇ କୁଦାନଗରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ସିସିଟିଭି ଯାଞ୍ଚ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛି ।




