୧୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ
Published By: Ruby – Prameya-News7 Bureau | November 07, 2025 02:00 PM
NEWS7
ଖୋର୍ଦ୍ଧା ୭।୧୧: ପୁଣି ଜବତ ହେଲା ବିପୁଳ ପରିମାଣର ଧଳାଜହର । ୩ ଅଭିଯୁକ୍ତ ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବାଟମଙ୍ଗଳା ରାସ୍ତାରୁ ପୋଲିସ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ନଗଦ ୩୪ ହଜାର ଟଙ୍କା ଜବତ କରି ୩ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ଖୋର୍ଦ୍ଧା ସହରାଞ୍ଚଳର ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି ।
ବାଟମଙ୍ଗଳା ରୋଡ୍ରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ଖବର ପାଇ ଟିମ୍ ଚଢଉ କରିଥିଲା । ଖୋର୍ଦ୍ଧାକୁ ନିଶାମୁକ୍ତି ଅଭିଯାନ ଜାରି ରହିଛି ବୋଲି ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।




