ଦିଲ୍ଲୀ ଏୟାରପୋର୍ଟର ATCରେ ଯାନ୍ତ୍ରିକ ତ୍ରୁଟି, ୧୦୦ରୁ ଅଧିକ ବିମାନ ବିଳମ୍ବ

ଦିଲ୍ଲୀ-ଏୟାରପୋର୍ଟର-atcରେ-ଯାନ୍ତ୍ରିକ-ତ୍ରୁଟି,-୧୦୦ରୁ-ଅଧିକ-ବିମାନ-ବିଳମ୍ବ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶତାଧିକ ବିମାନ ସେବା ବାଧାପ୍ରାପ୍ତ। IGI ଏୟାରପୋର୍ଟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ୧୦୦ରୁ ଅଧିକ ଉଡ଼ାଣ ବିଳମ୍ବ ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଟେକ୍ନିକାଲ ଟିମ ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି। ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଗୋଟିଏ ଦିଲ୍ଲୀ ବିମାନବନ୍ଦର ପ୍ରତିଦିନ ପ୍ରାୟ ୧୫୦୦ରୁ ଅଧିକ ଉଡ଼ାଣ ଭରେ। ସ୍ପାଇସ୍ ଜେଟ୍ ସମେତ ଅନେକ ଏୟାରଲାଇନ୍ସର ଉଡ଼ାଣ ପ୍ରଭାବିତ ହୋଇଛି।

ସୂତ୍ର ଅନୁଯାୟୀ, ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମ (AMSS)ରେ ଏହି ତ୍ରୁଟି ଘଟିଛି। ଏହା ଅଟୋ ଟ୍ରାକ୍ ସିଷ୍ଟମକୁ ସୂଚନା ପ୍ରଦାନ କରେ। ଯାହା ଉଡ଼ାଣର ସମସ୍ତ ସୂଚନା ସେୟାର କରେ।

ଏହି ସିଷ୍ଟମରେ ଏକ ତ୍ରୁଟି ଯୋଗୁଁ, ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ଏବେ ମାନୁଆଲୀ ଉଡ଼ାଣ ଯୋଜନା ପ୍ରସ୍ତୁତ କରିବାକୁ ପଡୁଛି, ଯାହା ପ୍ରକ୍ରିୟାକରଣ କରିବାକୁ ଅଧିକ ସମୟ ନେଉଛି, ଫଳରେ ଅନେକ ଉଡ଼ାଣ ବିଳମ୍ବ ହେଉଛି। ଏଥିପାଇଁ ବିମାନବନ୍ଦରରେ ଟ୍ରାଫିକ ବୃଦ୍ଧି ପାଇଛି ଏବଂ ଯାତ୍ରୀମାନଙ୍କୁ ଅଧିକ ଅପେକ୍ଷା କରିବାକୁ ପଡିଛି।

Airports Authority of India (AAI) tweets, “Flight operations at Delhi Airport are experiencing delays due to a technical issue in the Automatic Message Switching System (AMSS), which supports Air Traffic Control data. Controllers are processing flight plans manually, leading to… pic.twitter.com/CiNe8KPKNy

— ANI (@ANI) November 7, 2025

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) X ରେ କହିଛନ୍ତି, “ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ତଥ୍ୟକୁ ସମର୍ଥନ କରୁଥିବା ଅଟୋମେଟିକ ମେସେଜ ସ୍ୱିଚିଂ ସିଷ୍ଟମ(AMSS)ରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବ ହେଉଛି। ବର୍ତ୍ତମାନ କଣ୍ଟ୍ରୋଲର ମାନୁଆଲୀ ପ୍ରକ୍ରିୟାକରଣ କରୁଛନ୍ତି, ଯାହା କିଛି ବିଳମ୍ବର କାରଣ ହେଉଛି। ଯଥାଶୀଘ୍ର ସିଷ୍ଟମକୁ ପୁନଃସ୍ଥାପିତ କରିବା ପାଇଁ ଟେକ୍ନିକାଲ ଟିମ କାମ କରୁଛନ୍ତି।”

Scroll to Top