V

v

ପରଲୋକରେ ବଲିଉଡର ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ। ୭୧ ବର୍ଷ ବୟସରେ ଗତକାଲି ସେ ଆଖି ବୁଜିଛନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

author-image

Veteran Bollywood Singer

Veteran Bollywood Singer Photograph: (OTV)

ପରଲୋକରେ ବଲିଉଡର ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ। ୭୧ ବର୍ଷ ବୟସରେ ଗତକାଲି ସେ ଆଖି ବୁଜିଛନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସୁଲକ୍ଷଣା ପଣ୍ଡିତଙ୍କ ବିୟୋଗରେ ବଲିଉଡ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସେ କେବଳ ଜଣେ ଅଭିନେତ୍ରୀ ନଥିଲେ ଜଣେ ସୁଦକ୍ଷ କଣ୍ଠଶିଳ୍ପୀ ମଧ୍ୟ ଥିଲେ। ସୁଲକ୍ଷଣା ହେରାଫେରି, ଅପନାପନ୍, ଖାନଦାନ୍, ୱକ୍ତ କି ଦିୱାର୍ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ପ୍ରଶଂସା ଅର୍ଜନ କରିଛନ୍ତି।

ରାଜେଶ ଖାନ୍ନା, ସଞ୍ଜୀବ କୁମାର, ବିନୋଦ୍ ଖାନ୍ନା, ଶଶି କପୁର ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି କିମ୍ବଦନ୍ତି ଅଭିନେତାଙ୍କ ସହ ସେ ଅଭିନୟ କରିଛନ୍ତି। ୭୦ ଓ ୮୦ ଦଶକରେ ସୁଲକ୍ଷଣା ଜଣେ ଜଣାଶୁଣା ଅଭିନେତ୍ରୀ ତଥା ଗାୟିକା ଥିଲେ।

ଛତିଶଗଡ଼ର ରାୟଗଡରେ ୧୯୫୪ ମସିହା ଜୁଲାଇ ୧୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୯ ବର୍ଷ ବୟସରେ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ। ୧୯୭୫ରେ ଫିଲ୍ମ ସଂକଳ୍ପରେ ତୁ ହି ସାଗର, ତୁ ହି କିନାରା ଗୀତ ଗାଇ ବେଶ ସୁନାମ ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ମିଳିଥିଲା ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ। 

ଆରପାରିରେ ସୁଲକ୍ଷଣା ପଣ୍ଡିତ
ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ
୭୧ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି
କିଛି ଦିନ ହେବ ସେ ଅସୁସ୍ଥ ଥିଲେ
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି
ହେରାଫେରି, ଅପନାପନ୍, ଖାନଦାନ୍, ୱକ୍ତ କି ଦିୱାର୍ ରେ ଅଭିନୟ
ତୁ ହି ସାଗର, ତୁ ହି କିନାରା ଗୀତ ଗାଇ ବେଶ ସୁନାମ ଅର୍ଜନ କରିଥିଲେ

Scroll to Top