ମା’ ହେଲେ କ୍ୟାଟ୍ । କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହ ସେୟାର କରିଥିବା ଏକ ପୋଷ୍ଟ ସହିତ ଏହା ଘୋଷଣା କରିଛନ୍ତି।
/odishatv-khabar/media/media_files/2025/11/07/baby-boy-2025-11-07-11-56-42.jpg)
baby boy Photograph: (OTV)
ମା’ ହେଲେ କ୍ୟାଟ୍ । କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହ ସେୟାର କରିଥିବା ଏକ ପୋଷ୍ଟ ସହିତ ଏହା ଘୋଷଣା କରିଛନ୍ତି। ଭିକି ଏବଂ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, “ବ୍ଲେସଡ୍ ଓମ୍।” କ୍ୟାପସନ ସହିତ ଏକ ଫଟୋ ସେୟାର କରାଯାଇଛି । ଲେଖାଯାଇଛି ଆମ ଖୁସିର ବଣ୍ଡଲ୍ ଆସିଗଲା । । ବହୁତ ପ୍ରେମ ଏବଂ ଆଶୀର୍ବାଦ ସହିତ ଆମେ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛୁ। ନଭେମ୍ବର 7, 2025। କ୍ୟାଟ୍ରିନା ଏବଂ ଭିକି।”
ସେୟାର କରାଯାଇଥିବା ପୋଷ୍ଟଟିରେ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ଅଭିନନ୍ଦନର ସୁଅ ଛୁଟିଛି। ନିର୍ଦ୍ଦେଶକ ଗୁନୀତ ମୋଙ୍ଗା ଲେଖିଛନ୍ତି, “ଅନେକ ଅଭିନନ୍ଦନ, ବହୁତ ଭଲପାଇବା ଏବଂ ଶୁଭେଚ୍ଛା।” ପ୍ରଶଂସକମାନେ କମେଣ୍ଟ ସେକ୍ସନରେ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, “ଅଭିନନ୍ଦନ, ଛାବା ଆସିଗଲା । ଅନ୍ୟ ଜଣେ ଲେଖିଛନ୍ତି, “ଅଭିନନ୍ଦନ, କ୍ୟାଟ୍ରିନା ବେବି।” ତୃତୀୟ ଜଣେ ୟୁଜର୍ସ ଲେଖିଛନ୍ତି, “ଅଭିନନ୍ଦନ”
କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଡିସେମ୍ବର 2021 ରେ ବିବାହ କରିଥିଲେ। ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ। ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଏହି ଦମ୍ପତି ବିବାହ କରିଥିଲେ, ଯେଉଁଠାରେ ନେହା ଧୂପିଆ, ଅଙ୍ଗଦ ବେଦୀ, କବୀର ଖାନ, ମିନି ମାଥୁର, ଶରଭରୀ ୱାଘ ଏବଂ ମାଲବିକା ମୋହନନ ଉପସ୍ଥିତ ଥିଲେ। ସେପ୍ଟେମ୍ବର 2025 ରେ, ଏହି ଦମ୍ପତି ସେମାନଙ୍କର ପ୍ରଥମ ପ୍ରେଗେନ୍ସି ନେଇ ଘୋଷଣା କରିଥିଲେ।




