ସାଙ୍ଗ ଜନ୍ମଦିନ ପାଳିବାକୁ ଖୋର୍ଦ୍ଧାରୁ ଆସିଥିଲେ ଭୁବନେଶ୍ବର, ପରଦିନ ଠାରୁ ମିଳୁନି ପତ୍ତା
Published By: Ruby – Prameya-News7 Bureau | November 07, 2025 11:07 AM
NEWS7
ଭୁବନେଶ୍ବର ୭।୧୧: ସାଙ୍ଗ ଜନ୍ମଦିନ ପାଳିବାକୁ ଖୋର୍ଦ୍ଧାରୁ ଆସିଥିଲେ ଭୁବନେଶ୍ବର । ୬ ଦିନ ହେଲା ଫେରିନାହାନ୍ତି ଘରକୁ । ସାଙ୍ଗଙ୍କ ଜନ୍ମଦିନ ପାଳିବାକୁ ଆସିଥିବା ଛାତ୍ର ନିଖୋଜ । ନିଖୋଜ ହେବାର ୬ ଦିନ ବିତିଲାଣି । ହେଲେ ନିଖୋଜ ସତ୍ୟଜିତ ଦାସଙ୍କ ପତ୍ତା ପାଉନି ପୋଲିସ l ସତ୍ୟଜିତଙ୍କ ଘର ଖୋର୍ଦ୍ଧା ଗାନ୍ଧୀ ପଡିଆରେ ।
ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ଭୁବନେଶ୍ବର ଭରତପୁର ଥାନା ଅଧିନ ଏକ କାଫେରେ ସାଙ୍ଗଙ୍କ ଜନ୍ମଦିନ ପାଳିଥିଲେ ସତ୍ୟଜିତ । ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ୩ ଜଣ ଯୁବତୀ ଏବଂ ୪ ଜଣ ଯୁବକ । କାଫେ ମାଲିକ ମଧ୍ୟ ଏହି ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ତା ପରଦିନଠୁ ତାଙ୍କର ପତ୍ତା ନାହିଁ । ନିଖୋଜ ପରଠାରୁ ସତ୍ୟଜିତଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଛି ।




