ବିନିକା ତହସିଲ ଅଫିସ୍ ପରିଦର୍ଶନ କଲେ ଜିଲ୍ଲାପାଳ, କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ କିରାଣୀ ନିଲମ୍ବିତ

ବିନିକା-ତହସିଲ-ଅଫିସ୍-ପରିଦର୍ଶନ-କଲେ-ଜିଲ୍ଲାପାଳ,-କାର୍ଯ୍ୟରେ-ଅବହେଳା-ପାଇଁ-କନିଷ୍ଠ-କିରାଣୀ-ନିଲମ୍ବିତ

ସୁବର୍ଣ୍ଣପୁର ୭୧୧: ଅଚାନକ ବିନିକା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଗଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ । ସରକାରୀ କାର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ରହିଥିବା ସେ ଦେଖିବାକୁ ପାଇଥିଲେ । କାର୍ଯ୍ୟରେ ଅବହେଳା କରିଛନ୍ତି କିଛି କର୍ମଚାରୀ । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାମରେ ଅବହେଳା ପାଇଁ କନିଷ୍ଠ କିରାଣୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ କାର୍ଯ୍ୟରେ ଅବହେଳା କରିଥିବା କନିଷ୍ଠ  କିରାଣୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ହଠାତ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ବିଭାଗ ଗୁଡିକୁ ବୁଲି ଦେଖିଥିଲେ ସମସ୍ତ ବିଭାଗ ଗୁଡିକ କୋଠା ଅପରିଷ୍କାର ସହ ମଇଳାରେ ଭର୍ତ୍ତି ରହିଥିଲା ଏହାକୁ ଦେଖି ଜିଲ୍ଲପାଳ କର୍ମଚାରୀ ମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ ମଧ୍ୟ କରିଥିଲେ କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ ଆରଟିଆଇର ରେଜିଷ୍ଟର ଦେଖାଇବାକୁ କହିଥିଲେ ହେଲେ ସେ ଦେଖାଇ ପାରିନଥିଲେ

ଏହାସହ ରେକର୍ଡ ଗୃହରେ ସାର୍ଟିଫାୟ କପି ଦେବାରେ ବହୁ ବିଳମ୍ବ ହେଉଥିବା ନେଇ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ଦାଶ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଜିଲ୍ଲାପାଳ କର୍ମଚାରୀ ମାନଙ୍କୁ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଯେକୌଣସି ସରକାରୀ ସାର୍ଟିଫିକେଟ୍ ସରକାରୀ ହିସାବରେ ଯେତେଦିନ ମଧ୍ୟରେ ପ୍ରଦାନ କରାଯିବ ତାହାର ତାଲିକା ବାହାରେ ଛାପିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେବେ ଜିଲ୍ଲାପାଳ ଅଚାନକ ପରିଦର୍ଶନ କରୁଥିବାରୁ ବିଭିନ୍ନ କାର୍ଯ୍ୟାଳୟ ଗୁଡିକର କର୍ମଚାରୀ ସଜାଗ ରହୁଥିବା ଦେଖିବାକୁ ମିଳିଛି

Scroll to Top