କେନିଆରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ଚାଲିଗଲା ୨୧ ଜଣଙ୍କ ଜୀବନ

କେନିଆରେ-ଭାରସାମ୍ୟ-ହରାଇ-ଓଲଟିଲା-ବସ୍,-ଚାଲିଗଲା-୨୧-ଜଣଙ୍କ-ଜୀବନ

ନୂଆଦିଲ୍ଲୀ ୦୯।୦୮: ଆଫ୍ରିକାର କେନିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ବସ ଯୋଗେ ସମସ୍ତ ମୃତକ ପଶ୍ଚିମ ସହର କାକାମେଗାରୁ ଏକ ଅନ୍ତିମ ସଂସ୍କାର ସାରି କିସୁମୁ ସହରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। 

ପୋଲିସର ସୂଚନା ମୁତାବକ,  ଦକ୍ଷିଣ-ପଶ୍ଚିମ କେନିଆରେ ଏକ ଅନ୍ତିମ ସଂସ୍କାରରୁ ବସ୍ ଯୋଗେ ସେମାନେ ଘରକୁ ଫେରୁଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ବସଟି ଭାରସାମ୍ୟ ହରାଇ ଓଲଟି ଏକ ଖାଇକୁ ଖସି ପଡ଼ିଥିଲା। ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା, ୧୦ ଜଣ ପୁରୁଷ ଏବଂ ଜଣେ ୧୦ ବର୍ଷର ଝିଅ ଅଛନ୍ତି। ରିପୋର୍ଟ ଅନୁଯାୟୀ, ବସଟି ଦ୍ରୁତ ଗତିରେ ଏକ ବୁଲାଣି ନିକଟରେ ପହଞ୍ଚିବା ବେଳକୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଲା। କେନିଆ ଏବଂ ପୂର୍ବ ଆଫ୍ରିକୀୟ ଅଞ୍ଚଳରେ ସଡ଼କ ଦୁର୍ଘଟଣା ସାଧାରଣ, ଯେଉଁଠାରେ ରାସ୍ତାଗୁଡ଼ିକ ପ୍ରାୟତଃ ସଂକୀର୍ଣ୍ଣ ଏବଂ ଖରାପ ଏବଂ ଅନେକ ଗାତ ଥାଏ। ପୁଲିସ ପ୍ରାୟତଃ ସଡ଼କ ଦୁର୍ଘଟଣା ପାଇଁ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ଚାଳକମାନଙ୍କୁ ଏଥିପାଇଁ ଦାୟୀ କରିଥାଏ।ଗୁରୁବାର ଦିନ ମଧ୍ୟ ଅନ୍ୟ ଏକ ଦୁର୍ଘଟଣା ହୋଇଥିଲା । ନାକୁରୁ କାଉଣ୍ଟିର ନାଇଭାସା ସହରରେ ଏକ ବସ୍ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। 

କହିବାକୁ ଗଲେ ଗୁରୁବାର ଦିନ ଆଉ ଏକ ଦୁର୍ଘଟଣାରେ, ନାକୁରୁ କାଉଣ୍ଟିର ନାଇଭାସା ସହରରେ ଏକ ବସ୍ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ମୃତକଙ୍କ ମଧ୍ୟରେ ୩୨ ଜଣ ଶ୍ରମିକ ଅଛନ୍ତି । ଯେଉଁମାନେ କାମ କରିବାକୁ ଯାଉଥିଲେ ଯେତେବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Scroll to Top