ମୋକାମା ୬।୧୧: ବିହାର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଗୁରୁବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଖବର ପ୍ରସାରିତ ହୋଇଥିଲା। ଲଖୀସରାୟରେ ଡେପୁଟି ସିଏମ ବିଜୟ ସିହ୍ନାଙ୍କ କାରକେଡ ଉପରକୁ ଟେକପଥର ଓ ଗୋବର ଫିଙ୍ଗା ଯାଇଥିବାର କୁହାଯାଇଥିଲା। ଯାହା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ତେବେ ଘଟଣା ଉପରେ ଏବେ ମୋକାମାରୁ ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କ ପ୍ରତିକ୍ରିୟା ଆସିଛି। ସେ ଅଭିଯୋଗକୁ ଖାରଜ କରିଦେଇଥିବା ବେଳେ ଏପରି କଥା କହିଛନ୍ତି ଯାହା ରାଜନୀତିକୁ ଆହୁରି ଉଷ୍ମ କରିଛି।
ବୀଣା ଦେବୀ ପୁରା ମାମଲାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ନିଜେ ଡେପୁଟି ସିଏମ ଭୋଟ ସେୟାର ବଢାଇବା ପାଇଁ ନିଜ ଉପରେ ଆକ୍ରମଣର ଚାଲ ଖେଳିଥିବା କହିଛନ୍ତି। ଏହି ବୟାନବାଜୀ ବିହାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଦିନ ହୋଇଛି। ଏହି ମାମଲା ସେତେବେଳେ ଆରମ୍ଭ ହେଲେ ଯେତେବେଳେ ଲଖୀସରାୟରେ ଉପମୁଖ୍ୟମନ୍ତ୍ରୀ ଓ ବିଜେପି ପ୍ରାର୍ଥୀ ବିଜୟ କୁମାର ସିହ୍ନାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ହେଲା ଓ ଗୋବର ଫିଙ୍ଗା ଗଲା। ଆରଜେଡି ସମର୍ଥକମାନେ ତାଙ୍କୁ ଘେରି ଯାଇ ମୁର୍ଦ୍ଦାବାଦ ଧୋନୀ ଦେବା ସହ ଶୋଭାଯାତ୍ରା ଉପରକୁ ଚପଲ ଫିଙ୍ଗିଥିଲେ।
लखीसराय में उपमुख्यमंत्री विजय सिंह की कार पर हुए हमले पर मोकामा से राजद प्रत्याशी वीणा देवी ने कहा, “…उन्होंने खुद इसकी साजिश रची है। उन्होंने अपना वोट शेयर बढ़ाने के लिए यह सब करवाया है…”
उन्होंने आगे कहा, “…मेरा पूरा परिवार यहां है और हमने मिलकर वोट डाला है…” https://t.co/L61IKHd89X pic.twitter.com/HEEAAonqQP
— ANI_HindiNews (@AHindinews) November 6, 2025
ବିଜୟ ସିହ୍ନା ଏଥି ପାଇଁ ସିଧାଶଳଖ ଆରଜେଡି ଗୁଣ୍ଡାଙ୍କୁ ଦାୟି କରିଥିଲେ ଓ ପ୍ରଶାସନକୁ ଦୁର୍ବଳ ଓ ଡରୁଆ ବୋଲି କହିଥିଲେ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବୀଣାଦେବୀ ଗଣମାଧ୍ୟମକୁ ଭେଟିଛନ୍ତି। ସେ କହିଛନ୍ତି ଆମେ ପୁରା ପରିବାର ଆସି ଭୋଟ ଦେଇଛୁ। ତାଙ୍କୁ ଯେତେବେଳେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ ଉପରେ ଆକ୍ରମଣ କଥା ପଚରାଗଲା ସେତେବେଳେ ସେ ଅଭିଯୋଗ କରି କହିଥିଲେ ସେମାନେ ନିଜ ଉପରେ ନିଜେ ଆକ୍ରମଣ କରାନ୍ତି ଯାହାଦ୍ୱାରା ସେମାନଙ୍କ ଭୋଟ ସେୟାର ବଢି ପାରିବ ବୋଲି କହିଛନ୍ତି।
ବୀଣା ଦେବୀଙ୍କ ଏହି ବୟାନ ସେହି ଅଭିଯୋଗ ପରେ ଆସିଥିଲା ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଖୋରିୟାରୀ ଗାଁ ନିକଟରେ ଆରଜେଡି କର୍ମୀମାନେ ତାଙ୍କୁ ଅଟକାଇବାର ଅଭିଯୋଗ କରିଥିଲେ। ସିହ୍ନା କହିଛନ୍ତି ଶାସନକୁ ନ ଆସି ଯଦି ସେମାନେ ଏପରି କରି ପାରୁଛନ୍ତି ଶାସନକୁ ଆସିଲେ ଆଉ କଣ ନ କରିବେ। ଯଦି କୌଣସି ପ୍ରକାରର ଅଘଟଣ ଘଟେ ତେବେ ମୁଁ ଏହି ଠାରେ ହିଁ ଧାରଣାରେ ବସିବି। ଏଥିରେ ଏବେ ବୀଣା ଦେବୀଙ୍କ ପାଲଟା ଅଭିଯୋଗ ମାମଲାକୁ ନୂଆ ମୋଡ ଦେଇଛି। ଏଣୁ ଆରୋପ ଓ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଯାଇଛି।




