ହରଲିନ୍ ଦେଓଲ ମୋଦିଙ୍କୁ ଏମିତି ଗୋଟିଏ ପ୍ରଶ୍ନ ପଚାରିଲେ, ହସରେ ଫାଟିପଡିଲା ପିଏମ୍ ବାସଭବନ । ହରଲିନ୍ ପଚାରିଲେ, ସାର୍ ଆପଣ ବହୁତ ଗ୍ଲୋ କରନ୍ତି । ଆପଣଙ୍କ ସ୍କିନକେୟାର ରୁଟିନ୍ କଣ ଟିକିଏ କହିବେ ?
/odishatv-khabar/media/media_files/2025/11/06/pm-modi-meet-team-india-women-2025-11-06-17-48-02.jpg)
PM-MODI-MEET-TEAM-INDIA-WOMEN Photograph: (OTV)
ପ୍ରଶ୍ନ ପଚାରିଲେ ବିଶ୍ୱ ବିଜୟିନୀ, ହସିଦେଲେ ମୋଦି । ମିଠା ଖୁଆଇଲେ, ଗିଫ୍ଟ ନେଲେ । ଆଉ ନିଜ ଗ୍ଲୋଇଂ ସ୍କିନ୍ ପ୍ରଶ୍ନର ଉତ୍ତର ଦେଲେ । ପ୍ରଧାନମନ୍ତ୍ରୀଙ୍କ ସହ ମହିଳା କ୍ରିକେଟରଙ୍କ ଥଟ୍ଟାମଜାରେ ଫାଟିପଡିଲା ପିଏମ୍ ବାସଭବନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାରୀ ବାସଭବନରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍କୁ ଭେଟିବା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବିଶ୍ବକପ୍ ମହିଳା କ୍ରିକେଟ୍ ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ପିଏମ୍ ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ସମସ୍ତ ୧୧ ଜଣ ଖେଳିଳାଙ୍କ ଦସ୍ତଖତ ଥିବା ଓ ନମୋ 1 ଲେଖାଥିବା ସ୍ବତନ୍ତ୍ର ଜର୍ସି ଉପହାର କରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ । ଏହି ଔପଚାରିକ କଥାବର୍ତ୍ତା ଭିତରେ କିଛି କ୍ଷଣ ଏମିତି ବି ଥିଲା, ଯେଉଁଥିରେ ଖେଳିଳାଙ୍କ ସହ ହସି ହସି ବେଦମ ହେଲେ ମୋଦି ।
ହରଲିନ୍ ଦେଓଲ ମୋଦିଙ୍କୁ ଏମିତି ଗୋଟିଏ ପ୍ରଶ୍ନ ପଚାରିଲେ, ହସରେ ଫାଟିପଡିଲା ପିଏମ୍ ବାସଭବନ । ହରଲିନ୍ ପଚାରିଲେ, ସାର୍ ଆପଣ ବହୁତ ଗ୍ଲୋ କରନ୍ତି । ଆପଣଙ୍କ ସ୍କିନକେୟାର ରୁଟିନ୍ କଣ ଟିକିଏ କହିବେ ? ଏ କଥା ଶୁଣି ନିଜ ହସ ରୋକିପାରିନଥିଲେ ପିଏମ୍ ମୋଦି । ଆଉ କହିଥିଲେ ଏ ବିଷୟରେ ମୁଁ ଅଧିକ ଧ୍ୟାନ ଦେଇନି ।
ପ୍ରଧାନମନ୍ତ୍ରୀ ମଧ୍ୟ ଚାମ୍ପିୟନ ଟିମକୁ ଭବ୍ୟ ସ୍ବାଗତ କରିଥିଲେ । ହରମନପ୍ରୀତ ଓ ତାଙ୍କ ଟିମଠାରୁ ବିଜୟର କାହାଣୀ ଶୁଣିଲେ । ଭାଇସ୍ କ୍ୟାପଟେନ୍ ସ୍ମୃତି ମନ୍ଧାନା କହିଲେ, ଆମର ଉଦ୍ଦେଶ୍ୟ ଖାଲି ବିଶ୍ୱକପ୍ ଜିତିବା ନଥିଲା, ତା ସହ ମହିଳା ଖେଳ ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇବା ଥିଲା । ଟିମ୍ ଇଣ୍ଡିଆର ଏପରି ଜୋସ୍ ଓ ଭାବନାର ଖୁବ୍ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଗତ ରବିବାର ଦିନ, ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପ୍ରଥମ ଥର ବିଶ୍ବକପ୍ ଜିତିବା କରିବା ସହ ରଚିଥିଲା ଇତିହାସ ।




