ମୁମ୍ୱାଇ : କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ହରିଶ ରାୟଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ଗତ କିଛି ଦିନରୁ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତାଙ୍କ ପାଇଁ ପୋଷ୍ଟ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ହରିଶ ରାୟଙ୍କ ଯିବାରେ କନ୍ନଡ ଫିଲ୍ମ ଜଗତ ନୁହେଁ , ବରଂ ପୂରା ସାଉଥ୍ ଫିଲ୍ମ ଇଣ୍ଡିଷ୍ଟ୍ରୀରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ ମୁତାବିକ , ହରିଶ ରାୟ ଥାଇରଏଡ୍ କ୍ୟାନସରର ଚିକିତ୍ସା କରୁଥିଲେ। ହେଲେ , କ୍ୟାନସର ତାଙ୍କର ପେଟ୍ ଯାଏ ବ୍ୟାପି ଯାଇଥିଲା, ଯେଉଁଥି ପାଇଁ ତାଙ୍କର ଶରୀର ଖୁବ୍ ଦୁର୍ବଳ ହୋଇଯାଇ ଥିଲା। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କୁ ମନେପକାଇ ତାଙ୍କୁ କନ୍ନଦ ସିନେମାର ପ୍ରତିଷ୍ଠିତ ଖଳନାୟକ ଅଭିନେତା କହିଥିଲେ। ସେ ଲେଖିଛନ୍ତି , ହରିଶ ରାୟଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଆହୁରି ଗରିବ ହୋଇଗଲା।
ହରିଶ ରାୟ ନିଜର ଦୀର୍ଘ କ୍ୟାରିୟରରେ ଅନେକ ସ୍ମୃତିମୟ ଚରିତ୍ର କରିଛନ୍ତି। କେଜିଏଫ୍ ଫିଲ୍ମରେ ତାଙ୍କର ‘ ଚାଚା’ ରୋଲ୍ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରହିଛି। ଅନ୍ୟପଟେ, ଓମ୍ ଫିଲ୍ମରେ ଡନ୍ ରାୟ ରୂପେ ସେ ଯେଉଁ ଦମଦାର ଛାପ ଛାଡି଼ ଥିଲେ, ତାଙ୍କୁ ଲୋକେ ଦୀର୍ଘ ସମୟ ଯା ଭୁଲି ପାରିବେ ନାହିଁ।
ତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା କ୍ଷଣି ଇଣ୍ଡଷ୍ଟ୍ରୀର ଅନେକ ବଡ଼ ବଡ଼ କଳାକାର , ନିର୍ଦ୍ଦେଶକ ଓ ପ୍ରଶଂସକ ସୋସିଆଲ ମିଡ଼ିଆରେ ଭାବ ପ୍ରବଣର ବାର୍ତ୍ତା ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କେବଳ କନ୍ନଡ ଫିଲ୍ମରେ ହିଁ ନୁହେଁ , ହରିଶ ରାୟ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଥିଲେ ଏବଂ ତାଙ୍କର ଉପସ୍ଥିତିରେ ପ୍ରତି ଚରିତ୍ର ସ୍ୱତନ୍ତ୍ର ହୋଇ ପାରିଥିଲା।




