୨୦୨୪ରୁ UAE ଜେଲରେ ଅଛନ୍ତି ସେଲିନାଙ୍କ ଭାଇ ବିକ୍ରାନ୍ତ ଜେଟଲି । ବିକ୍ରାନ୍ତ ବି ଜଣେ ଅବସରପ୍ରାପ୍ତ ମେଜର । ୨୦୧୬ରେ MATITI GROUPରେ ସେ କାର୍ଯ୍ୟରତ ଥିଲେ । କିନ୍ତୁ ସେପ୍ଟେମ୍ୱର ୨୦୨୩ରୁ UAEରେ ବିକ୍ରାନ୍ତଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ।
/odishatv-khabar/media/media_files/2025/11/06/celina-jaitly-brother-uae-2025-11-06-15-58-19.jpg)
Celina-Jaitly-brother-UAE Photograph: (OTV)
ଭାଇ ପାଇଁ ହାଇକୋର୍ଟରେ ହୁଲୁସ୍ତୁଲ କଲା ଭଉଣୀ । ଉଠିଲା ପଡ଼ିଲା ଦିଲ୍ଲୀ ହାଇକୋର୍ଟ । ଉଚ୍ଚ ନ୍ୟାୟାଳୟ ଦେଲେ ନିର୍ଦ୍ଦେଶ, ସରକାର ନେଲେ ଆକ୍ସନ । କଥାରେ ଅଛି, ଜଣେ ଭାଇ ତା’ ଭଉଣୀ ପାଇଁ ସବୁ କିଛି କରିପାରେ । ଆଉ ଭଉଣୀ ବି ତା’ ଭାଇ ପାଇଁ ସବୁ ବାଜି ଜିତିଯାଏ । ଠିକ୍ ସେଇମିତି ଏଠି ବି ଭାଇ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲି । ଗତ ୧୪ ମାସ ହେଲା ୟୁଏଇର ଅନ୍ଧାର ଜେଲରେ ସେଲିନାଙ୍କ ଭାଇ ବିକ୍ରାନ୍ତ ଜେଟଲୀ ବନ୍ଦୀ ହୋଇ ରହିଛନ୍ତି । ଫଳରେ ବିକ୍ରାନ୍ତଙ୍କ ସହ ଯୋଗାଯୋଗ ହୋଇପାରୁନି କି ତାଙ୍କୁ ସ୍ବାସ୍ଥ୍ୟା କଥା ବୁଝି ହେଉନି । ତେଣୁ ବାରମ୍ବାର ଚେଷ୍ଟା କରିବାର ପରେ ଏବେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ଯାଇ ଟିକିଏ ଚିନ୍ତା ମୁକ୍ତ ହୋଇଛନ୍ତି ଭଉଣୀ ସେଲିନା ଜେଟଲି ।
୨୦୨୪ରୁ UAE ଜେଲରେ ଅଛନ୍ତି ସେଲିନାଙ୍କ ଭାଇ ବିକ୍ରାନ୍ତ ଜେଟଲି । ବିକ୍ରାନ୍ତ ବି ଜଣେ ଅବସରପ୍ରାପ୍ତ ମେଜର । ୨୦୧୬ରେ MATITI GROUPରେ ସେ କାର୍ଯ୍ୟରତ ଥିଲେ । କିନ୍ତୁ ସେପ୍ଟେମ୍ୱର ୨୦୨୩ରୁ UAEରେ ବିକ୍ରାନ୍ତଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ, ଗତ ୪ ପିଢ଼ି ଧରି ତାଙ୍କ ପରିବାର ଇଣ୍ଡିଆନ୍ ଆର୍ମିରେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀ ହାଇକୋର୍ଟର ସେଲିନାଙ୍କ ଅଭିଯୋଗ ଥିଲା, ଭାଇଙ୍କୁ ଆବଶ୍ୟକୀୟ ଆଇନଗତ ଓ ଚିକିତ୍ସା ଯୋଗାଇ ଦିଆଯାଉ। ହାଇକୋର୍ଟ ବି ଏହି ଅଭିଯୋଗକୁ ଶୁଣାଣି କରି ସେଲିନାଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଚିନ ଦତ୍ତା କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆଇନଗତ ସହାୟତା ସାଙ୍ଗକୁ ପରିବାର ସହିତ ଯୋଗାଯୋଗ ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ ଲାଗି ନିର୍ଦେଶ ଦେଇଛନ୍ତି । ତା’ ସହ ମମଲାର ପରବର୍ତ୍ତୀ ଶୁଣାଣୀ ଡିସେମ୍ୱର ୪ରେ ହେବ ବୋଲି କହିଛନ୍ତି ହାଇକୋର୍ଟ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଦୂତାବାସ କନସୁଲରଙ୍କୁ ନିର୍ଦ୍ଦେଶ ବି ଦିଆସରିଛି । ସରକାରଙ୍କ ଆଇନ୍ ଅନୁସାରେ ସମସ୍ତ କାର୍ଯ୍ୟ ଏବେ ଜାରି ରହିଥିବା ସୂଚନା ଦିଆଯାଇଛି । ତେବେ ଜଣେ ଭାଇ ପାଇଁ ଭଉଣୀର ଏ ଲଢ଼େଇ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।




