ଯାତ୍ରା ଅଭିନେତା ଦେବୀ ରଥଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଅଭିଯୋଗ ପଛର ପ୍ରମାଣ। ଦେବୀ ରଥଙ୍କ ଘର ଦେଇ ଡିଜେ ଯାଉଥିବା ବେଳେ ପୋଲିସ ଭ୍ୟାନ୍ ପାଖରେ ଥାଇ ବି ନୀରବଦ୍ରଷ୍ଟା।
![]()
/odishatv-khabar/media/media_files/2025/11/06/debi-ratha-death-case-2025-11-06-13-32-49.jpg)
DEBI-RATHA-DEATH-CASE Photograph: (OTV)
ବରିଷ୍ଠ ଯାତ୍ରା ଅଭିନେତା ଦେବୀ ରଥଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଆଣିଥିବା ଅଭିଯୋଗ ପଛର ସତ୍ୟତା, ପୁଣି ସାମ୍ନାକୁ ଆସିଲା। ଅସହ୍ୟ ଡିଜେ ସାଉଣ୍ଡରୁ ତାଙ୍କର ହୃଦଘାତ ହୋଇଥିବା ନେଇ ତାଙ୍କ ପୁଅ ସମ୍ବିତ ରଥ ଯେଉଁ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ, ତାର ପ୍ରମାଣ ସ୍ବରୂପ ଆଉ କିଛି ଭିଡିଓ ସାମ୍ନାକୁ ଆସିଛି।
ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାତି ଅଧରେ ପାରାଦୀପ ଗଡ଼ ଗାଁରେ ଦେବୀ ରଥଙ୍କ ଘର ଦେଇ ଯାଉଛି ବିଶାଳ ଡିଜେ ରୋଷଣୀ। ତେବେ ଉଦବେଗର ବିଷୟ, ଏହି ଡିଜେ କମ୍ପିଟେସନ୍ ବେଳେ ଏହାର ଶବ୍ଦ ଏତେ ଜୋରରେ ଥିଲା ଯେ, ସେଠାରେ ଉପସ୍ଥିତ ଲୋକଙ୍କୁ କାନରେ ହାତ ଦେବାକୁ ପଡୁଥିଲା।
ସେପଟେ ତାଠୁ ଆହୁରି ଚିନ୍ତାଜନକ କଥା ହେଉଛି, ଏତେ ଜୋରରେ କାନଫଟା ଶବ୍ଦ ହେଉଥିଲେ ବି ସେଠାରେ ଉପସ୍ଥିତ ଥିବା ପୋଲିସ କରୁଥିଲେ କଣ? କାରଣ ଡିଜେ ରୋଷଣୀ ଭିତରେ ଏକ ପୋଲିସ ଭ୍ୟାନ୍ ଉପସ୍ଥିତ ଥିବା ଭିଡିଓରେ ଦେଖିବାକୁ ମିଳିଛି।
ଗତ କାଲି ଦେବୀ ରଥଙ୍କ ପୁଅ ଅଭିଯୋଗ କରିଥିଲେ ଯେ, ହୃଦରୋଗରେ ପୀଡ଼ିତ ଥିବା ତାଙ୍କ ବାପା, ଡିଜେ ସାଉଣ୍ଡ ସହିନପାରି, ଆଖି ବୁଜି ଦେଇଥିଲେ। ଏହାପରେ ଦେବୀ ରଥଙ୍କ ମୃତ୍ୟୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସେପଟେ ଜଗତସିହପୁର ଡିଜେ ଲାଇଟ୍ ଓ ସାଉଣ୍ଡ ସଂଘର ସଭାପତି ମଧ୍ୟ, ସଂପୃକ୍ତ ଡିଜେ ୟୁନିଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।




