ସୁପାରୀ ଦେଇ କରାଇଥିଲେ ବୋମା ଓ ଗୁଳିମାଡ଼। ୩ ଅଭିଯୁକ୍ତ ଗିରଫ ପରେ ଧରାପଡ଼ିଲା ସତ। ମାଷ୍ଟରମାଇଣ୍ଡ ଘର ମାଲିକାଣୀ ଘୁଙ୍ଗୁର ମିଶ୍ର ଫେରାର୍।
![]()
/odishatv-khabar/media/media_files/2025/11/06/fake-gun-license-2025-11-06-14-17-28.jpg)
FAKE-GUN-LICENSE Photograph: (OTV)
ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର ପାଇଁ ନିଜ ଘରେ କରିଥିଲେ ବୋମା ଓ ଗୁଳିମାଡ଼। ନିଜେ ଖଳନାୟିକା ସାଜି ମିଛ ନାଟକ ରଚିଥିଲେ। ତଦନ୍ତ ବେଳେ ଧରାପଡ଼ିଲା ସତ। ଏଭଳି ଅପରାଧରେ ଷଡ଼ଯନ୍ତ୍ର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ।
ଯିଏ ଅଭିଯୋଗକାରିଣୀ ସେ କରାଇଥିଲେ ବୋମାମାଡ଼ । ଧରାପଡ଼ିଲା ମିଛ ନାଟକ ପଛର ସାଂଘାତିକ ସତ ।ବନ୍ଧୁକ ଲାଇସେନ୍ସ ପାଇଁ ମହିଳା ରଚିଥିଲେ ଷଡ଼ଯନ୍ତ୍ର। ନିଜ ଘର ଉପରେ କରାଇଥିଲେ ବୋମା ଓ ଗୁଳିମାଡ଼ ।
ଘର ଉପରେ ବୋମା ଓ ଗୁଳିମାଡ଼ କରାଇବାର ମାଷ୍ଟରମାଇଣ୍ଡ ନିଜେ ମାଲିକାଣୀ ଘୁଙ୍ଗୁର ମିଶ୍ର। ଗତ ଅକ୍ଟୋବର ୫ ଓ ସେପ୍ଟେମ୍ବର ୧୧ ତାରିଖରେ ସୁପାରୀ ଦେଇ ଭରତପୁର ଥାନା ଅଞ୍ଚଳରେ ଥିବା ଘର ଉପରେ ସେ ବୋମା ଓ ଗୁଳିମାଡ଼ କରାଇଥିଲେ। ଏମିତି ମିଛ ନାଟକ ପଛର ଉଦ୍ଦେଶ୍ୟ ଥିଲା ବନ୍ଧୁକ ଲାଇସେନ୍ସ ହାତେଇବା। ସେହିପରି ପତିଆରା ହାଜିର କରିବାକୁ ନିଜକୁ ପ୍ରତିଷ୍ଠିତ ବ୍ୟବସାୟୀ କହି ଲୋକଙ୍କୁ ଘୁଙ୍ଗୁର ବ୍ଲେକମେଲ୍ କରୁଥିବା ଅଭିଯୋଗ ବି ହୋଇଛି।
ଘୁଙ୍ଗୁର ମିଶ୍ର ଗିରଫ ଭୟର ଫେରାର ହୋଇଥିବା ବେଳେ ଅଭିଯୁକ୍ତଙ୍କ ପାଖରୁ ପିସ୍ତଲ ଓ ଗୁଳି ଜବତ ହୋଇଛି। କ୍ୟମାରୋ ସାମାନାରେ ଧରିପଡିଥିବା ୩ ଆସାମୀ ମୁହଁ ଖୋଲିନାହାନ୍ତି ।




