ଆଦିଲ ରସିଦ କହିଛନ୍ତି ରୋହିତ ଶର୍ମା ମ୍ୟାଚ ଜିତାଉଥିବା ସ୍କୋର କରନ୍ତି। ସେ ଏକ ଏଭଳି ବ୍ୟାଟ୍ସମ୍ୟାନ, ଯିଏ ବହୁତ ଆରାମରେ ଏବଂ ଶୀଘ୍ର ମ୍ୟାଚକୁ ନିଜ ଦଳ ଆଡ଼କୁ ନେଇ ଯାଆନ୍ତି । ତାଙ୍କ ବ୍ୟାଟିଂ ଦେଖିଲେ ଲାଗେ ଯେମିତି ତାଙ୍କୁ ରନ କରିବା ପାଇଁ କୌଣସି ପରିଶ୍ରମ କରିବାକୁ ପଡ଼େ ନାହିଁ।
ଭାରତୀୟ ଦଳକୁ ନିଜ କ୍ୟାପଟେନସିପରେ ଟି-୨୦ ବିଶ୍ୱକପ ୨୦୨୪ ଏବଂ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତାଇଥିବା ରୋହିତ ଶର୍ମା ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। କିନ୍ତୁ ବିପକ୍ଷ ବୋଲରମାନଙ୍କ ମନରେ ତାଙ୍କ ପ୍ରତି ଭୟ କମି ନାହିଁ। ଇଂଲଣ୍ଡର ସ୍ପିନର ଆଦିଲ ରସିଦ କହିଛନ୍ତି ଯେ ରୋହିତ ହେଉଛନ୍ତି ଏଭଳି ବ୍ୟାଟ୍ସମ୍ୟାନ, ଯିଏ ବହୁତ ଶୀଘ୍ର ମ୍ୟାଚକୁ ଆପଣଙ୍କ ହାତରୁ ନେଇଯିବେ ।
ଏକ ସାକ୍ଷାତକାରରେ ଆଦିଲ ରସିଦ କହିଛନ୍ତି ରୋହିତ ଶର୍ମା ମ୍ୟାଚ ଜିତାଉଥିବା ସ୍କୋର କରନ୍ତି। ସେ ଏକ ଏଭଳି ବ୍ୟାଟ୍ସମ୍ୟାନ, ଯିଏ ବହୁତ ଆରାମରେ ଏବଂ ଶୀଘ୍ର ମ୍ୟାଚକୁ ନିଜ ଦଳ ଆଡ଼କୁ ନେଇ ଯାଆନ୍ତି । ତାଙ୍କ ବ୍ୟାଟିଂ ଦେଖିଲେ ଲାଗେ ଯେମିତି ତାଙ୍କୁ ରନ କରିବା ପାଇଁ କୌଣସି ପରିଶ୍ରମ କରିବାକୁ ପଡ଼େ ନାହିଁ।
rohit sharma
Also Read
ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳକୁ ଜିତାଇ ଫାଇନାଲର ଟିକେଟ ଦେଇଥିଲେ। ରୋହିତ ୩୯ ବଲରେ ୨ଟି ଛକା ଓ ୬ଟି ଚୌକା ସହ ୫୭ ରନ କରିଥିଲେ। ଏହି ଇନିଂସର ଅନ୍ତ ଆଦିଲ ରସିଦ ହିଁ କରିଥିଲେ। କିନ୍ତୁ ରୋହିତ ତାଙ୍କ କାମ ସେତେବେଳେ ସାରି ସାରିଥିଲେ।
ଏହି ମ୍ୟାଚ ଠିକ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ୪୧ ବଲରେ ୮ଟି ଛକା ଓ ୭ଟି ଚୌକା ସହ ୯୨ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ଅଷ୍ଟ୍ରେଲିଆଠାରୁ ଏକାକୀ ମ୍ୟାଚ ଛଡ଼ାଇ ନେଇଥିଲେ। ଟି-୨୦ ବିଶ୍ୱକପ ୨୦୨୪ରେ ଖେଳିଥିବା ଏହି ଦୁଇଟି ଇନିଂସ କେବଳ ଉଦାହରଣ ମାତ୍ର।
rohit sharma
ଏକଦିବସୀୟ କ୍ରିକେଟରେ ତିନୋଟି ଦୁଇଶହ ରନ କରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ନିଜ କ୍ୟାରିୟରରେ ଭାରତ ପାଇଁ ଏଭଳି ଅନେକ ଇନିଂସ ଖେଳିଛନ୍ତି। ରୋହିତ ଶର୍ମା ବିରାଟ କୋହଲିଙ୍କ ପରି ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇ ସାରିଛନ୍ତି।




