ଫିଲ୍ମର ଏକ ପ୍ରିଭିୟୁ ସ୍କ୍ରିନିଂ ସମୟରେ ଭଂସାଲୀଙ୍କୁ ଲାଗିଥିଲା ଜୟା ବଚ୍ଚନଙ୍କୁ ସଲମାନ ଓ ଐଶ୍ୱର୍ଯ୍ୟା ଅଭିନୀତ ଫିଲ୍ମ ପସନ୍ଦ ହୋଇ ନଥିଲା। ଏକ ଟକ୍ ସୋରେ ସଞ୍ଜୟ ଲୀଲା ଭଂସାଲୀ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ୧୯୯୯ର ଚଳଚ୍ଚିତ୍ର “ହମ ଦିଲ ଦେ ଚୁକେ ସନମ”କୁ ମିଳିଥିବା ପ୍ରଶଂସା ବିଷୟରେ ଖୋଲାଖୋଲି କଥା ହୋଇଥିଲେ।
ସଞ୍ଜୟ ଲୀଲା ଭଂସାଲୀ ସିନେମା ପ୍ରେମୀଙ୍କ ମଧ୍ୟରେ ତାଙ୍କର ଭବ୍ୟ ସେଟ, ଗୀତ-ସଙ୍ଗୀତ ଏବଂ ପ୍ରେମ କାହାଣୀ ପାଇଁ ଜଣାଶୁଣା। ତାଙ୍କର ଚଳଚ୍ଚିତ୍ର “ହମ ଦିଲ ଦେ ଚୁକେ ସନମ” ୧୯୯୯ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ମୁଖ୍ୟ ଭୂମିକାରେ ଥିଲେ। ଚଳଚ୍ଚିତ୍ରରେ ଅଜୟ ଦେବଗନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
hum dil de chuke sanam
ତେବେ, ଫିଲ୍ମର ଏକ ପ୍ରିଭିୟୁ ସ୍କ୍ରିନିଂ ସମୟରେ ଭଂସାଲୀଙ୍କୁ ଲାଗିଥିଲା ଜୟା ବଚ୍ଚନଙ୍କୁ ସଲମାନ ଓ ଐଶ୍ୱର୍ଯ୍ୟା ଅଭିନୀତ ଫିଲ୍ମ ପସନ୍ଦ ହୋଇ ନଥିଲା। ଏକ ଟକ୍ ସୋରେ ସଞ୍ଜୟ ଲୀଲା ଭଂସାଲୀ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ୧୯୯୯ର ଚଳଚ୍ଚିତ୍ର “ହମ ଦିଲ ଦେ ଚୁକେ ସନମ”କୁ ମିଳିଥିବା ପ୍ରଶଂସା ବିଷୟରେ ଖୋଲାଖୋଲି କଥା ହୋଇଥିଲେ।
Also Read
hum dil de chuke sanam
ନିର୍ଦ୍ଦେଶକ ଏହାର ଶ୍ରେୟ ତିନିଜଣଙ୍କୁ ଦେଇଥିଲେ। ସେମାନଙ୍କ ମଧ୍ୟରେ ଜୟା ବଚ୍ଚନ ଅନ୍ୟତମ ଥିଲେ। ତେବେ ଭଂସାଲୀ ନିଜର ଏକ ଭୁଲ ଧାରଣାକୁ ମଧ୍ୟ ମନେ ପକାଇଥିଲେ । ତାଙ୍କୁ ଲାଗିଥିଲା ଯେ ଜୟାଙ୍କୁ ଫିଲ୍ମଟି ଆଦୌ ପସନ୍ଦ ହୋଇ ନଥିଲା। ହମ ଦିଲ ଦେ ଚୁକେ ସନମର ସ୍ପେଶାଲ ସ୍କ୍ରିନିଂ ପରେ ଅନେକ ଦର୍ଶକ ଆସି ତାଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । କିନ୍ତୁ ଜୟା ବଚ୍ଚନ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
hum dil de chuke sanam
ନିର୍ଦ୍ଦେଶକ କହିଥିଲେ ଯେ ଐଶ୍ୱର୍ଯ୍ୟା ରାୟ ଓ ସଲମାନ ଖାନ ଅଭିନୀତ ଫିଲ୍ମ ଦେଖିବା ପରେ ଜୟା ତାଙ୍କୁ ଦେଖି ହସିଦେଇଥିଲେ ଏବଂ ପରେ ବିନା କିଛି କହି ଚୁପଚାପ ଚାଲି ଯାଇଥିଲେ। ଜୟାଙ୍କର ଏହି ଆଚରଣ ଭଂସାଲୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା ଯେ ବୋଧହୁଏ ଏହି ଫିଲ୍ମ ତାଙ୍କୁ ପସନ୍ଦ ହୋଇ ନଥିଲା।
hum dil de chuke sanam
କିନ୍ତୁ ଗୋଟିଏ ଦିନ ପରେ ଜୟା ତାଙ୍କୁ ଫୋନ କରି ଏହି ଭୁଲ ଧାରଣାକୁ ଦୂର କରିଥିଲେ। ଜୟା ବଚ୍ଚନଙ୍କୁ ହମ ଦିଲ ଦେ ଚୁକେ ସନମ ଏତେ ପସନ୍ଦ ହୋଇଥିଲା ଯେ ସେ ବର୍ଲିନ ଫିଲ୍ମ ଫେଷ୍ଟିଭାଲ ପାଇଁ ଏହାର ସୁପାରିଶ କରିଥିଲେ ଏବଂ ଏହା ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚିବା ନିଶ୍ଚିତ କରିଥିଲେ।




