O

o

ଜଣେ ମହିଳା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ସମୟରେ ଗୁମ୍ଫା ଭିତରେ ଫସିଯାଇଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମହିଳା ଜଣଙ୍କ ମନ୍ଦିରକୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା।

author-image

SAMABALPUR

Women Rescued Photograph: (OTV)

ସମ୍ବଲପୁର ଯୁଜୁମୁରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ସମୟରେ ଗୁମ୍ଫା(Cave) ଭିତରେ ଫସିଯାଇଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମହିଳା ଜଣଙ୍କ ମନ୍ଦିରକୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା। ଏକ ଅଣ ଓସାରିଆ ରାସ୍ତା ଦେଇ ଯାଉଥିବା ସମୟରେ ମହିଳା ଜଣଙ୍କ ପଥର ମଝିରେ ଫସି ଯାଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ  ଅଗ୍ନିଶମ ବିଭାଗ କର୍ମଚାରୀ।
ଘଣ୍ଟାଏରୁ ଅଧିକ ସମୟ ଧରି ନାକେଦମ ହେବା ପରେ ସଂକୀର୍ଣ୍ଣ ଗୁମ୍ଫାରେ ଫସିଥିବା ମହିଳାଙ୍କୁ ରେସକ୍ୟୁ ଅପରେସନ (Rescue Operation) ଜରିଆରେ ଉଦ୍ଧାର କରାଯାଇଥିଲା। ପାହାଡ଼ ମଝିରେ ପଥର ଭିତରେ ଫସିଯାଇଥିଲେ ମହିଳା ଜଣଙ୍କ । ସମ୍ବଲପୁର ଯୁଜୁମୁରା ବ୍ଲକ ଭଣ୍ଡାରୀମାଲ ପାହାଡ଼ରେ ଏହି ଘଟଣା ଦେଖିବାକୁ ମିଳିଥିଲା । କାର୍ତ୍ତିକ ପୂର୍ଣ୍ଣିମାରେ ସେହି ପାହାଡ଼ରେ ପୂଜାର୍ଚ୍ଚନା ପାଇଁ ଲୋକେ ଯାଇଥାନ୍ତି । ସେଠାରେ ଥିବା ସଂକୀର୍ଣ୍ଣ ଗୁମ୍ଫା ଦେଇ ଅତିକ୍ରମ କରୁଥିବା ବେଳେ ମହିଳା ଜଣଙ୍କ ଫସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି । ମହିଳାଙ୍କୁ ଉଦ୍ଧାର ପରେ ପଡିଆବାହାଲ ସ୍ଥିତ ଡାକ୍ତରଖାନାକୁ ନିଆଯାଇଛି ।

Scroll to Top