ବ୍ରହ୍ମପୁର ୫।୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍ ସ୍ପଟ୍ରେ ଦୁଇ ହତ୍ୟାକାରୀଙ୍କୁ ଧରି କ୍ରାଇମ୍ ସିମ୍ ରିକ୍ରିଏସନ କରାଇଲା ପୋଲିସ । କେମିତି କରିଥିଲେ ହତ୍ୟା ଦେଖାଇଲେ ଡେମୋ । ଏହାରି ଭିତରେ ପୋଲିସ ବହୁ ତଥ୍ୟ ଓଗାଳିଛି ।
ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ହତ୍ୟାକାରୀ । ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ୭ ଦିନ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ଦୁଇ ଦିନ ରିମାଣ୍ଡ ଅନୁମତି ମିଳିବା ପରେ ୬ ଜଣଙ୍କୁ ଆଣି ଅଧିକ ତଦନ୍ତ କରିଛି ପୋଲିସ । ଏସବୁ ଭିତରେ ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ପୋଲିସ କ୍ରାଇମ୍ ସ୍ପଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି । କେଉଁ ବାଇକ୍ରେ କେମିତି ଆସିଥିଲେ, କିଭଳି ହତ୍ୟା କରିଲେ ସେ ନେଇ ଦେଖାଇଥିଲେ ଡେମୋ । ପ୍ରଥମେ ନମସ୍କାର, ପରେ ଅତି ନିକଟରୁ ଗୁଳି କରିଥିବା ନେଇ ଡେମୋ ମାଧ୍ୟମରେ ପୋଲିସକୁ ଦେଖାଇଥିଲେ । କିଏ କେତେ ଟଙ୍କା ହତ୍ୟା ପାଇଁ ଡିଲ୍ କରିଥିଲେ ଏସବୁ ତଥ୍ୟ ପୋଲିସ ଓଗାଳିଥିବା ଜଣାପଡିଛି ।
ସେପଟେ ୬ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରୁଛି । ଉମା ବିଷୋୟୀ, କୁରୁପତି ଭୂୟାଁ ମଦନ ଦଳେଇ, ମଳୟ ବିଷୋୟୀ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ୬ ଜଣଙ୍କୁ ରିମାଣ୍ଡରେ ନେଇଥିବା ସରକାରୀ ଓକିଲ କହିଛନ୍ତି । ପୋଲିସ ମୁହାଁମୁହିଁ ଜେରା କରିଥିବା ଜଣାପଡିଛି । ପୋଲିସ ବହୁ ଗୁମର ଖୋଲିଥିବା ପରିବାର ଲୋକେ ଆଶା ରଖିଥିବା କହିଛନ୍ତି । ପୋଲିସ କ୍ରାଇମ୍ ସ୍ପଟ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି । ତେବେ ହତ୍ୟାକାଣ୍ଡ ସପ୍ତାହିକ ପୂର୍ବରୁ ପୁତୁରାଙ୍କ ମୋବାଇଲ୍ ଫୋନ୍କୁ ଦୁଇ ଥର ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ଏ ନେଇ ପୋଲିସକୁ ଜଣାଇଥିଲୁ ବୋଲି ପୀତବାସଙ୍କ ଭାଇ କହିଛନ୍ତି । ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପୋଲିସ ଅନ୍ୟ କେତେକଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି




