ନୂଆଦିଲ୍ଲୀ: ଭାରତ, ଥାଇଲାଣ୍ଡ ଓ ଭିଏତନାମ ପରି ଏସୀୟ ଦେଶରେ ଅକ୍ଟୋବରରେ ମେନ୍ୟୁଫେକ୍ଚରିଂ ଗତିବିଧି ଆଶାଠାରୁ ଅଧିକ ଦମଦାର ପ୍ରଦର୍ଶନ କରିଛି । ଏସ୍ଆଣ୍ଡପି ଗ୍ଲୋବାଲର ଡାଟା ଅନୁସାରେ ଚୀନ ଓ ଜାପାନଙ୍କୁ ଛାଡ଼ି ଅନ୍ୟ ସବୁ ଦେଶ ପାଇଁ ଏସିଆର ମେନ୍ୟୁଫେକ୍ଚରିଂ ପିଏମ୍ଆଇ ବୃଦ୍ଧି ପାଇ ୧୪ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାଦ୍ୱାରା ବର୍ତ୍ତମାନର କାରବାର ଚାପ ଓ ବୈଶ୍ୱିକ ସ୍ତରରେ ରାଜନୀତିକ ଅନିଶ୍ଚିତତା ମଧ୍ୟରେ ମଜଭୁତ ପ୍ରତ୍ୟାବର୍ତ୍ତନର ସଂକତେ ମିଳୁଛି । ଏସ୍ଆଣ୍ଡପି ଗ୍ଲୋବାଲ୍ ମାର୍କେଟ୍ ଇଣ୍ଟେଲିଜେନ୍ସିର ଚିଫ୍ ବିଜନେସ୍ ଇକୋନୋମିଷ୍ଟ କ୍ରିସ୍ ୱିଲିୟମସନ କହିଛନ୍ତି, ବୈଶ୍ୱିକ ମେନ୍ୟୁଫେକ୍ଚରିଂ ବୃଦ୍ଧିରେ ପୁଣି ଥରେ ଭାରତର ଅଧିପତ୍ୟ ରହିଛି । କିନ୍ତୁ ଅକ୍ଟୋବର ମାସରେ ଥାଇଲାଣ୍ଡ ଓ ଭିଏତନାମରେ ବି ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି, କାରଣ ଏହି ଦେଶ କମ୍ପାନିଗୁଡ଼ିକ ଆମେରିକା ଟାରିଫର ପ୍ରଭାବକୁ ନେଇ ଚିନ୍ତା ହ୍ରାସ ପାଇବାର ସଂକତେ ଦେଇଛନ୍ତି । କ୍ରିସଙ୍କ ଅନୁସାରେ, ଥାଇଲାଣ୍ଡର ପିଏମ୍ଆଇ ୨୦୨୩ ମେ ମାସ ପରେ ଓ ଭିଏତନାମର ଜୁଲାଇ ୨୦୨୪ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୈଶ୍ୱିକ ମେନ୍ୟୁଫେକ୍ଚରିଂ ରାଙ୍ଗରେ ପୁଣି ଥରେ ଭାରତ ବାଜି ମାରିଛି । ଭାରତର ଏଚ୍ଏସ୍ବିସି ମେନ୍ୟୁଫେକ୍ଚରିଂ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମଆଇ) ସେପ୍ଟେମ୍ୱରରେ ୫୭.୭ରୁ ବଢି ଅକ୍ଟୋବରରେ ୫୯.୨ ହୋଇଛି । ପାର୍ବଣ ଋତୁରେ ଚାହିଦା ବୃଦ୍ଧି ଓ ଜିଏସଟି ହାର ଯୋଗୁ ଏହାକୁ ସପୋର୍ଟ ମିଳିଛି । ଏହି କାରଣରୁ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତୀୟ ମେନ୍ୟୁଫେକ୍ଚରିଂ ସେକ୍ଟରରେ ମଜଭୁତ ସଂକେତ ମିଳିଛି । ପିଏମ୍ଆଇ ୫୦ ଉପରେ ରହିବା ଦର୍ଶାଉଛି ଯେ ମେନ୍ୟୁଫେକ୍ଚରିଂ ଗତିବିଧି ବିସ୍ତାରିତ ହେଉଛି ।
ଚୀନ, ଜାପାନ ଓ ଦକ୍ଷିଣ କୋରିଆ ଏହି ମାମଲାରେ ପଛେଇ ଯାଇଛନ୍ତି । ମାସିକ ଆଧାରରେ ଅକ୍ଟୋବର ମାସରେ ଚୀନର ମେନ୍ୟୁଫେକ୍ଚରିଂ ପିଏମ୍ଆଇ ୫୧.୨ରୁ ଖସି ୫୦.୬ ହୋଇଛି । ଯାହା ହ୍ରାସ ପାଇଁ ରପ୍ତାନୀ ଅର୍ଡକୁ ଦର୍ଶାଉଛି । ଦକ୍ଷିଣ କୋରିଆରେ ବି ଆମେରିକା ଟାରିଫ ଯୋଗୁ ଘରୋଇ ଚାହିଦା ପ୍ରଭାବିତ ହୋଇଛି । ସେପଟେ ଆମେରିକାର ମେନ୍ୟୁଫେକ୍ଚରିଂ ରିଂ ଗତିବିଧି ସେପ୍ଟେମ୍ୱରରେ ୫୨.୦ରୁ ବଢି ୫୨.୫ ହୋଇଛି । ସେହିପରି ୟୁରୋପରେ ସେପ୍ଟେମ୍ୱରରେ ୪୯.୮ରୁ ବଢି ଅକ୍ଟୋବରରେ ପୁଣି ଥରେ ୫୦ ପହଞ୍ଚିଛି । ବ୍ରିଟେନରେ ପିଏମ୍ଆଇ ଏହି ଅବଧିରେ ୪୬.୨ରୁ ବଢି ୪୯. ହୋଇଛି ।




