ବାପା-ମା’ଙ୍କ ସହ ବଜାର ଯାଇଥିଲେ ଯୁବତୀ, ଜୋର ଜବରଦସ୍ତ ଉଠାଇନେଲେ ୪ ଯୁବକ

ବାପା-ମା’ଙ୍କ-ସହ-ବଜାର-ଯାଇଥିଲେ-ଯୁବତୀ,-ଜୋର-ଜବରଦସ୍ତ-ଉଠାଇନେଲେ-୪-ଯୁବକ

ବାପା-ମା’ଙ୍କ ସହ ବଜାର ଯାଇଥିଲେ ଯୁବତୀ, ଜୋର ଜବରଦସ୍ତ ଉଠାଇନେଲେ ୪ ଯୁବକ

Published By : Prameya-News7 Bureau | August 10, 2025 IST

ଉଦଳା ୧୦।୮: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ । 

ସୂତନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଯୁବତୀ ବାପା-ମା’ଙ୍କ ସହିତ ଶୁକ୍ରବାର ସନ୍ଧ୍ୟା ସମୟରେ କପ୍ତିପଦା ବଜାର ଯାଇଥିଲେ । ହେଲେ ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ । ବାପା-ମା’ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛଥିଲେ । ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଏବେ ପର୍ଯ୍ୟନ୍ତ ଯୁବତୀଙ୍କୁ ଉଦ୍ଧାର କରିପାରିନାହିଁ କିମ୍ବା କୌଣସି ପତ୍ତା ପାଇ ପାରିନାହିଁ । ଯାହାକୁ ନେଇ ପରିବାର ଲୋକେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

You Can Read:

ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ, ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top