ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଥର୍‌ ଗାଡ଼ି ଧରାପଡ଼ିଲା, ଗାଡ଼ି ମାଲିକ ଫେରାର

ପାତ୍ରପଡ଼ା-ଅଞ୍ଚଳରେ-ଦୁର୍ଘଟଣା-ଘଟାଇଥିବା-ଥର୍‌-ଗାଡ଼ି-ଧରାପଡ଼ିଲା,-ଗାଡ଼ି-ମାଲିକ-ଫେରାର

ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଥର୍‌ ଗାଡ଼ି ଧରାପଡ଼ିଲା, ଗାଡ଼ି ମାଲିକ ଫେରାର

Published By : Prameya-News7 Bureau | August 10, 2025 IST

ଭୁବନେଶ୍ୱର ୧୦।୮: ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଥର୍‌ ଗାଡ଼ି ଧରାପଡ଼ିଛି । ସିସିଟିଭି ଫୁଟେଜ୍‌ ଆଧାରରେ ଜଟଣୀ ଅଂଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଥାନା ନିକଟରେ ଥର୍‌ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର । 

ଭୁବନେଶ୍ୱରର ପାତ୍ରପଡ଼ା ଜାତୀୟ ରାଜପଥରେ ଶନିବାର ମା’, ଝିଅ ଓ ପୁଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଥର୍‌ ଗାଡ଼ି । ମାମୁଁ ଘରୁ ରାକ୍ଷୀ ବାନ୍ଧି ଘରକୁ ଫେରିବା ବେଳେ ଚାଲିଯାଇଥିଲା କୁନି ଝିଅର ଜୀବନ । ଗୋଟିଏ ଥର୍ ଏବଂ ସ୍କର୍ପିଓ କାର୍ ରେସିଂ କରିବା ବେଳେ ରାସ୍ତା ପାର ହେଉଥିବା ବେଳେ ମା’, ଝିଅ ଏବଂ କୁନି ପୁଅ ଉପରେ ଚଢାଇ ଦେଇଥିଲା ଥର୍ କାର୍ । ଥର୍ ଏବଂ ସ୍କର୍ପିଓ ରେସିଂ କରିବା ବେଳେ ଏମିତି ଘଟଣା ଘଟିଥିଲା । ୮ ବର୍ଷର କୁନି ଝିଅଙ୍କର ଜୀବନ ଚାଲିଯାଇଥିବା ବେଳେ ମା’ ଏବଂ ଦୁଇ ବର୍ଷର ପୁଅ ଗୁରୁତର ଅଛନ୍ତି । ଖଣ୍ଡଗିରି ଥାନାରେ ଜବତ ଅଛି ଥର୍ କାର୍ ଏବଂ ଗାଡ଼ି ମାଲିକ ଫେରାର ହୋଇଯାଇଛନ୍ତି ।  ଅନ୍ୟ ସ୍କର୍ପିଓ କାର୍ ମଧ୍ୟ ଫେରାର ହୋଇଯାଇଛି ।

You Can Read:

ବାପା-ମା’ଙ୍କ ସହ ବଜାର ଯାଇଥିଲେ ଯୁବତୀ, ଜୋର ଜବରଦସ୍ତ ଉଠାଇନେଲେ ୪ ଯୁବକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top