ମୋଷ୍ଟ ଓ୍ୱାଣ୍ଟେଡ୍ ଏମ୍ଡି ସୁଖେଲ୍ ଗିରଫ, ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା
Published By: Kirti – Prameya-News7 Bureau | November 05, 2025 09:35 AM
NEWS7
ସୁନ୍ଦରଗଡ଼ ୦୫।୧୧ : ମୋଷ୍ଟ ଓ୍ୱାଣ୍ଟେଡ୍ ଏମ୍ଡି ସୁଖେଲ୍ ଗିରଫ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଖତକୁରବାହାଲ୍ ଏମ୍ଡି ସୁଖେଲ୍କୁ ଗିରଫ କରି କୁତ୍ରା ପୋଲିସ । ସୁଖେଲ୍ ନାଁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।
ଖବର ଅନୁଯାୟୀ, ସୁନ୍ଦରଗଡ଼, କୁତ୍ରା, ରାଉରକେଲା, ଝାଡଖଣ୍ଡ ଆଦି ଅଞ୍ଚଳରେ ଏମ୍ଡି ସୁଖେଲ ନାଁରେ ୫୦ରୁ ଅଧିକ ମାମଲା ରହିଛି । କୌଣସି ବିଶେଷ ସୁତ୍ରରୁ ଖବର ପାଇ କୁତ୍ରା ଥାନା ଆଇଆଇସି ନିଜ ଟିମ୍ ସହ ଏକ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ମୋଷ୍ଟ ଓ୍ୱାଣ୍ଟେଡ୍ ଏମ୍ଡି ସୁଖେଲକୁ ଗିରଫ କରିଛି ପୋଲିସ । ସୁଖେଲ ନାଁରେ ହତ୍ୟା ଲୁଟ୍ ସହ ଡକାୟତି ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେବେ ଗିରଫ ସମୟରେ ସୁଖେଲ ଠାରୁ ପୋଲିସ ଦେଶୀ ବନ୍ଧୁକ ଜବତ କରିଛି। କିଛି ସମୟ ଧରି ପୋଲିସ ଏବଂ ସୁଖେଲ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ।




