F

f

ନିଟ୍ ପରୀକ୍ଷାରେ ୪୩୮୧ ରାଙ୍କ ରଖି ଫୁଲବାଣୀ ମେଡ଼ିକାଲ୍ କଲେଜର MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯେଉଁଥିପାଇଁ ବୀଣାପାଟିଆ ଗାଁରେ ଏବେ ଖୁସିର ମାହୋଲ୍।

author-image

Housemaid-to-MBBS-Student

Housemaid-to-MBBS-Student Photograph: (OTV)

ଇଚ୍ଛାଶକ୍ତି ଆଗରେ ସବୁ ସମ୍ଭବ । ଦିନେ ପାଠ ପଢ଼ିବା ଯାହାଙ୍କ ପାଇଁ ସ୍ୱପ୍ନ ଥିଲା, ପରିବାର ଚଳାଇବା ପାଇଁ ଯିଏ ପର ଘରେ ମୂଲ ଲାଗୁଥିଲେ । ଆଜି ସେଇ ରାଣୀ ଡ଼ାକ୍ତରୀ ପାଠ ପଢ଼ିବେ । ଡ଼ାକ୍ତର ହେବେ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବୀଣାପାଟିଆ ଗାଁର ଆଦିବାସୀ ଛାତ୍ରୀ ରାଣୀ ହେମ୍ବ୍ରମ୍ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ବୀଣାପାଟିଆ ଗାଁରେ ଏବେ ଖୁସିର ମାହୋଲ୍ । ଏହି ଆଦିବାସୀବହୁଳ ଗାଁକୁ ଏବେ ଛୁଟିଛି ଲୋକଙ୍କ ସୁଅ । ଗାଁର ସୁନା ଝିଅ ରାଣୀ ହେମ୍ବ୍ରମଙ୍କୁ ଭେଟି ସଭିଏଁ ଅଭିନନ୍ଦନ ଜଣାଉଛନ୍ତି । ଆଦିବାସୀ ଛାତ୍ରୀ ଭାବେ ଖଣ୍ଡମଣ୍ଡଳରେ ପ୍ରଥମ ଥର ପାଇଁ ଡ଼ାକ୍ତରୀ ପଢ଼ିବା ପାଇଁ କୃତିତ୍ଵ ହାସଲ କରିଛନ୍ତି ରାଣୀ ହେମ୍ବ୍ରମ୍ । ପଡ଼ୋଶୀଙ୍କ ସହିତ, ଘର ଲୋକ ମଧ୍ୟ ଖୁସିର ବିଭୋର ହୋଇ ଉଠିଛନ୍ତି ।
ହେଲେ, MBBS ପଢ଼ିବା ପାଇଁ ରାଣୀଙ୍କ ରାସ୍ତା ଏତେ ସୁଗମ ନଥିଲା l ମ୍ୟାଟ୍ରିକ୍ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିବା ସମୟରେ ବାପା ସାଲଖାନ୍ ହେମ୍ବ୍ରମ୍ ଙ୍କର ମୃତ୍ୟୁ ଘଟିଲା । ଫଳରେ, ଭବିଷ୍ୟତରେ ଡ଼ାକ୍ତର ହେବା ଆଶା ରଖିଥିବା ରାଣୀ, ଘରେ ମା, ଭାଇ, ଭଉଣୀଙ୍କ ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବାକୁ ପର ଘରେ ମୂଲ ଲାଗିଲେ । ଦିନରେ ମୂଲ ଲାଗି, ରାତିରେ ପାଠ ପଢ଼ା ଜାରି ରଖିଥିଲେ ରାଣୀ । ଏହାପରେ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଭୁବନେଶ୍ୱରରେ ଯୁକ୍ତ ୨ କଲେଜରେ ପଢ଼ିବା ସହିତ, ମେଡ଼ିକାଲ୍ ପାଇଁ କୋଚିଂ ମଧ୍ୟ ନେଲେ ।
ପ୍ରଥମ ଥର ନିଟ୍ ପରୀକ୍ଷାରେ ଅସଫଳ ହେବା ପରେ ଧୈର୍ଯ୍ୟ ହରାଇ ନଥିଲେ ରାଣୀ । ଏଥର ସେ ନିଟ୍ ପରୀକ୍ଷାରେ ୪୩୮୧  ରାଙ୍କ ରଖି ଫୁଲବାଣୀ ମେଡ଼ିକାଲ୍ କଲେଜର MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା, ସମଗ୍ର ଜିଲ୍ଲା ପାଇଁ ଆଣି ଦେଇଛି ଗୌରବ ।

Scroll to Top