ଏକ ପୋଡକାଷ୍ଟରେ ସାମସନ କହିଛନ୍ତି ଯେ ଆରଆର ସହିତ ତାଙ୍କ ସମ୍ପର୍କ ତାଙ୍କ ଜୀବନକୁ ବଦଳାଇ ଦେଇଛି। ରାଜସ୍ଥାନ ରୟାଲ୍ସ ମୋ ପାଇଁ ସମଗ୍ର ବିଶ୍ୱ ଅପେକ୍ଷା ଅଧିକ। କେରଳର ଏକ ଗାଁରୁ ଆସିଥିବା ଜଣେ ଛୋଟ ପିଲା, ନିଜ ପ୍ରତିଭା ଦେଖାଇବାକୁ ଚାହୁଁଥିଲା।
ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ହେଉଛି । ସେ ସିଏସକେ କିମ୍ବା କେକେଆରରେ ଯୋଗ ଦେବେ ବୋଲି ବି ଶୁଣିବାକୁ ମିଳୁଛି । ଏବେ ସଞ୍ଜୁ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ।ସମସ୍ତ ଗୁଜବ ଓ ଅନୁମାନ ମଧ୍ୟରେ ସାମସନ ରାଜସ୍ଥାନ ରୟାଲ୍ସ ସହିତ ତାଙ୍କ ସମ୍ପର୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ଏକ ପୋଡକାଷ୍ଟରେ ସାମସନ କହିଛନ୍ତି ଯେ ଆରଆର ସହିତ ତାଙ୍କ ସମ୍ପର୍କ ତାଙ୍କ ଜୀବନକୁ ବଦଳାଇ ଦେଇଛି। ରାଜସ୍ଥାନ ରୟାଲ୍ସ ମୋ ପାଇଁ ସମଗ୍ର ବିଶ୍ୱ ଅପେକ୍ଷା ଅଧିକ। କେରଳର ଏକ ଗାଁରୁ ଆସିଥିବା ଜଣେ ଛୋଟ ପିଲା, ନିଜ ପ୍ରତିଭା ଦେଖାଇବାକୁ ଚାହୁଁଥିଲା। ଏବଂ ତା’ପରେ ରାହୁଲ ସାର ଏବଂ ମନୋଜ ବଡାଲେ ସାର ମୋତେ ଏକ ମଞ୍ଚ ଦେଇଥିଲେ ଯାହା ଦ୍ୱାରା ମୁଁ ଆଗକୁ ବଢି ପାରିଥିଲି ଓ ବିଶ୍ୱକୁ ଦେଖାଇ ପାରିଥିଲି ମୁଁ କଣ ।
sanju samson
Also Read
ସେହି ସମୟରେ, ସେମାନେ ମୋ ଉପରେ ପୂର୍ଣ୍ଣ ଭରସା କରିଥିଲେ। ଆରଆର ସହିତ ମୋର ଯାତ୍ରା ପ୍ରକୃତରେ ଅଦ୍ଭୁତ ରହିଛି ଏବଂ ମୁଁ ଏଭଳି ଏକ ଫ୍ରାଞ୍ଚାଇଜିର ଅଂଶ ହେଇଥିବାରୁ ବହୁତ ଖୁସି। ଏହା ମୋ ପାଇଁ ସତରେ ବେଶ ଗୁରୁତ୍ବପୂର୍ଣ୍ଣ ।
ସାମସନ ସିଧାସଳଖ ଉତ୍ତର ଦେଇ ଗୁଜବଗୁଡିକୁ ରୋକିବାକୁ ଚେଷ୍ଟା କରିଛନ୍ତି, ଯାହା ଏବେ ଚର୍ଚ୍ଚା ହେଉଛି । ପ୍ରକୃତରେ, ୨୦୨୫ରେ ନିରାଶାଜନକ ପ୍ରଦର୍ଶନ ପରେ ସାମସନଙ୍କ ଆରଆରରୁ ବାହାରିବା ନେଇ ଗୁଜବ ଉଠିଥିଲା।
sanju samson
ସାମସନ ଆଘାତ ହେତୁ ୯ଟି ମ୍ୟାଚ୍ରେ ଖେଳି ପାରି ନଥିଲେ ଏବଂ ରୟାଲ୍ସ ନବମ ସ୍ଥାନରେ ରହିଥିଲେ। ଏଭଳି ଖବର ଥିଲା ଯେ ସାମସନ ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ମତାନ୍ତର ଥିଲା, ଯାହାକୁ ପରେ ଦ୍ରାବିଡ଼ ସମାଧାନ କରି ଦେଇଥିଲେ। ସଞ୍ଜୁ ସାମସନ ୨୦୧୩ ମସିହାରୁ ରାଜସ୍ଥାନ ରୟାଲ୍ସ ସହିତ ଅଛନ୍ତି।




