ନୂଆଦିଲ୍ଲୀ – ଲାଓସରେ ଏକ ଭୟଙ୍କର ଓ ଦୁଃଖଦ ଘଟଣା ଘଟିଛି। ଏସିଆର ବିଶାଳକାୟ ହର୍ନେଟ୍ ଏକ ସ୍କୁଲର ପ୍ରଧାନଶିକ୍ଷକ ଓ ତାଙ୍କର ନାବାଳକ ପୁଅଙ୍କୁ ଦଂଶନ କରି ମାରି ଦେଇଛି। ସେମାନ ଲାଓସକୁ ଛୁଟି କଟେଇବା ପାଇଁ ଯାଇଥିଲେ। ଟାଇମ୍ସ ଅନୁସାରେ , ଡ୍ୟାନିୟଲ ଓଭେନ୍ସ ଓ ତାଙ୍କର ୧୫ ବର୍ଷିୟ ପୁଅ କୁପର ୧୫ ଅକ୍ଟୋବରରେ ମେକାଙ୍ଗ ନଦୀରେ ଲୁଆଙ୍ଗ ପ୍ରବାଙ୍ଗ ନିକଟରେ ଏକ ଇକୋ-ଆଡଭେଞ୍ଚର ରିସର୍ଟରେ ଜିପ୍- ଲାଇନିଂ କରୁଥିଲେ, ସେତେବେଳେ ହର୍ନେଟ୍ ତାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ୧୦୦ରୁ ଅଧିକ ଥର ମାରାତ୍ମକ ଦଂଶନ କରିଥିବା ସ୍ଥାନୀୟ ଅଧିକାରୀମାନେ କହିଥିଲେ। ସେ ତାଙ୍କର ଗାଇଡ୍ଙ୍କ ସାହାଯ୍ୟରେ ଏକ ଗଛରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ , ସେତେବେଳେ ବିପଜ୍ଜନକ ହର୍ନେଟ୍ର ଦଳ ତାଙ୍କୁ ଘେରି ଯାଇଥିଲେ।
ବିଶେଷ ଭାବେ ଏସିଆର ବିଶାଳ ହର୍ନେଟ୍ ଦୁଇ ଇଞ୍ଚ ଲମ୍ୱ ଓ ତାଙ୍କର ଶୁଣ୍ଢର ଆକାର ଏକ-ଚତୁର୍ଥାଂଶ ଇଞ୍ଚ ହୋଇଥାଏ। ଯେବେ ହର୍ନେଟ ତାଙ୍କ ଉପରେ ଆକ୍ରମଣ କଲା, ସେତେବେଳେ ତାଙ୍କୁ ଗଛରୁ ଓହ୍ଲାଇରେ ସମସ୍ୟା ହେଉଥିଲା। ପିତା ଓ ପୁତ୍ରଙ୍କୁ ହସ୍ପିଟାଲ ନିଆଯାଇ ଥିଲା , ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଇଡ୍ଙ୍କ ସ୍ଥିତି ବିଷୟରେ କୌଣସି ସୂଚନା ନାହିଁ।
ତାଙ୍କର ପୂରା ଶରୀର ଲାଲ୍ ଦାଗରେ ଆଚ୍ଛାଦିତ ହୋଇଥିଲା। ଏହା ଖୁବ୍ ଯନ୍ତ୍ରଣାଦାୟକ ଥିଲା। ପୂରା ଶରୀରରେ ଶହେରୁ ଅଧିକ ଦଂଶନ ହୋଇଥିବା, ଫାକନ ଏରୋକେଭେଟ୍ କ୍ଲିନିକର ଡାକ୍ତର , ଫାନୋମସେ ଫାକନ କହିଛନ୍ତି। ସେ ଆହୁରି କହିଛନ୍ତି , ସେ ନିଜର ୨୦ ବର୍ଷର କ୍ୟାରିୟରରେ ପୂର୍ବରୁ ଏମିତି କେବେ ଭୟଙ୍କର ଘଟଣା ଦେଖି ନଥିଲେ। ଡାକ୍ତର କହିଥିଲେ , ମୋତେ ପ୍ରଥମରୁ ହିଁ ମନେହେଉ ଥିଲା ଯେ, ଏହା ଖୁବ୍ ବିପଜ୍ଜନକ ସ୍ଥିତି ହେବ।
ଏହି ମଧ୍ୟରେ , ଇକୋ ରିସର୍ଟ କହିଛି ଯେ, ଏମିତିପୂର୍ବରୁ କେବେ ହୋଇ ନଥିଲା। ଲକଜରୀ କ୍ୟାପିଙ୍ଗ ଓ ଆଡଭେଞ୍ଚର ରିସର୍ଟର ଜଣେ ମୁଖପାତ୍ର କହିଛନ୍ତି , ଗ୍ରୀନ ଜଙ୍ଗଲ ପାର୍କ ଡ୍ୟାନିୟନ ଓ କୁପର ଓଭେନଙ୍କ ପରିବାର ଓ ବନ୍ଧୁଙ୍କ ପ୍ରତି ନିଜର ଗଭୀର ସମ୍ୱେଦନା ଜଣାଉଛି। ଉକ୍ତ ଘଟଣା ପରେ , ଆମେ ସମସ୍ତ ଉପସ୍ଥିତି ପ୍ରତିକ୍ରିୟାର ସମୀକ୍ଷା କରିଛୁ। ସେ କହିଛନ୍ତି , ଏହା ଏକ ଅପ୍ରତ୍ୟାଶିତ ଓ ଅସାଧାରଣ ପ୍ରାକୃତିକ ଘଟଣା ଥିଲା।




