ପୋଲିଓ ଟୀକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକ
Published By: Ruby – Prameya-News7 Bureau | November 04, 2025 12:45 PM
NEWS7
ବାସୁଦେବପୁର ୪।୧୧: ଟୀକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣାରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ସୋମବାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଟୀକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲା ଶିଶୁ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗ୍ରାମରେ ଅଘଟଣ । ଗାଁର ରାଜାରାମ ଜାନାଙ୍କ ୩ ମାସର ଶିଶୁ କନ୍ୟାର ପୋଲିଓ ଟୀକା ନେଇ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ କହିବା ଅନୁନାରେ, ସୋମବାର ଦିନ ୧୧ଟାରେ ନନ୍ଦପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ ମାସିଆ ପୋଲିଓ ଟୀକା ନେଇଥିଲେ । ସନ୍ଧ୍ୟାରେ ଶିଶୁଟିକୁ ସ୍ୱାଭାବିକ ଭାବେ ଜ୍ଵର ଆସିଥିଲା । ରାଜଶ୍ରୀକୁ ତାର ମା’ କ୍ଷୀର ଖୁଆଇ ଶୁଆଇ ଦେଇଥିଲେ । ସକାଳେ ଶିଶୁଟିର ନିଶ୍ୱାସ ଚାଲୁନଥିବା ଦେଖିବାକୁ ମିଳିଥଲା । ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ପରିବାର ଲୋକ ଏହି ଘଟଣାକୁ ନେଇ ନାୟକାଣୀଡ଼ିହି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି




