C

c

ଜଣେ ବ୍ୟକ୍ତି ବହୁ ନକଲି ଆକାଉଣ୍ଟରୁ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ଏବଂ ଭିଡିଓ ପଠାଉଥିଲେ। ଯେଉଁଥିପାଇଁ ଅଭିନେତ୍ରୀ ଥାନାରେ ଅଭିଯୋଗ କରିଥିଲେ।

author-image

actress

actress Photograph: (OTV)

ଜଣେ କନ୍ନଡ ଏବଂ ତେଲୁଗୁ ଟେଲିଭିଜନ ଅଭିନେତ୍ରୀଙ୍କୁ ଫେସବୁକରେ ଅଶ୍ଳୀଳ ମେସେଜ୍ ଏବଂ ଭିଡିଓ ପଠାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଦୀର୍ଘ ମାସ ଧରି ଅନଲାଇନରେ ନିର୍ଯାତନାର ଶିକାର ହେବା ପରେ ଅଭିନେତ୍ରୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ।
ନବୀନ କେ ମୋନ୍ ନାମକ ଜଣେ ବ୍ୟକ୍ତି ଅନଲାଇନରେ ତାଙ୍କୁ ବହୁ ହଇରାଣ କରୁଥିଲେ। ବହୁ ନକଲି ଆକାଉଣ୍ଟରୁ ଅଶ୍ଳୀଳ ବାର୍ତ୍ତା ଏବଂ ଭିଡିଓ ପଠାଉଥିଲେ। ଦୀର୍ଘ ତିନି ମାସ ଧରି ନିର୍ଯତନାର ଶିକାର ହେବା ପରେ, ଅଭିନେତ୍ରୀ ପୋଲିସରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। 
ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ଅଭିନେତ୍ରୀଙ୍କୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ଯାହାକୁ ଗ୍ରହଣ କରିନଥିଲେ ଅଭିନେତ୍ରୀ। ହେଲେ ଅଭିଯୁକ୍ତର କାରନାମା ସେହିଠାରୁ ହିଁ ଆରମ୍ଭ ହୋଇଥିଲା। ବିଭିନ୍ନ ନକଲି ଫେସବୁକ ଆକାଉଣ୍ଟରୁ ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଚାଲିଥିଲେ। ସେ ତାଙ୍କୁ ବ୍ଲକ୍ କରିବା ପରେ ମଧ୍ୟ, ନିର୍ଯାତନା ବୃଦ୍ଧି ପାଇଥିଲା। ଅଭିଯୁକ୍ତ ତିନି ମାସ ମଧ୍ୟରେ ତାଙ୍କୁ ଟାର୍ଗେଟ କରିବା ପାଇଁ ଅନେକ ନକଲି ଆକାଉଣ୍ଟ ତିଆରି କରିଥିଲା।
ଶେଷରେ ନଭେମ୍ବର ୧ ତାରିଖରେ ପୋଲିସରେ ଅଭିଯୋଗ ଦାୟର କରିଥିଲେ।

Scroll to Top