I

i

ଅଷ୍ଟ୍ରେଲିଆ ଓଭାଲରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚକୁ ଜିତି ନେଇଛି ଭାରତ । ୫ ଓ୍ଵିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜକୁ ୧-୧ରେ ବରାବର କରିଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା।

author-image

CRICKET

CRICKET Photograph: (OTV)

ଅଷ୍ଟ୍ରେଲିଆ ଓଭାଲରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚକୁ ଜିତି ନେଇଛି ଭାରତ । ୫ ଓ୍ଵିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜକୁ ୧-୧ରେ ବରାବର କରିଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ୧୮.୩  ଓଭରରେ ୫ ଓ୍ଵିକେଟରେ ମ୍ୟାଚକୁ ଜିତି ନେଇଛି ।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୩୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଥିଲେ ବି ଆବଶ୍ୟକ ଗତିରେ ରନ ସଂଗ୍ରହ କରି ଚାଲିଥିଲା। ଫଳରେ ଦଳ ଚାପରେ ଆସି ନ ଥିଲା। ତେବେ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନ କରିଥିବା ବେଳେ ତିଳକ ବର୍ମା ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ନଭେମ୍ବର ୬ ତାରିଖରେ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ । 

ଟି ଟ୍ବେଣ୍ଟିରେ ଜିତିଲା ଭାରତ
ତୃତୀୟ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍  ଦେଲା ଭାରତ
୫ ୱିକେଟରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
୧୮୭ ଟାର୍ଗେଟ୍ କୁ ୯ ବଲ୍ ବାକି ଥାଇ ହାସଲ କଲା ଭାରତ
ତୃତୀୟ ମ୍ୟାଚ୍ ସୁଦ୍ଧା ସିରିଜ ୧-୧ ବରାବର ସ୍ଥିତିରେ

Scroll to Top