F

f

ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି। ଚୌଦ୍ବାର ଯାଜଭୈରବ ନୂଆଗାଁର ପ୍ରଦୀପ ପୃଷ୍ଟିଙ୍କ ୧୨ ବର୍ଷ ପୁଅର ବାମ ଆଙ୍ଗୁଳି ଟିପ ସୂତାରେ ଅଧା କଟି ଯାଇଥିଲା । ତାଙ୍କୁ ଚୌଦ୍ବାରରେ ଥିବା ଏକ ଘରୋଇ ନର୍ସିଂହୋମଙ୍କୁ ଅଣାଯାଇଥିଲା।

author-image

CHOUDWAR

CHOUDWAR Photograph: (OTV)

ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି। ଚୌଦ୍ବାର ଯାଜଭୈରବ ନୂଆଗାଁର ପ୍ରଦୀପ ପୃଷ୍ଟିଙ୍କ ୧୨ ବର୍ଷ ପୁଅର ବାମ ଆଙ୍ଗୁଳି ଟିପ ସୂତାରେ ଅଧା କଟି ଯାଇଥିଲା । ତାଙ୍କୁ ଚୌଦ୍ବାରରେ ଥିବା ଏକ ଘରୋଇ ନର୍ସିଂହୋମଙ୍କୁ ଅଣାଯାଇଥିଲା।

ଡାକ୍ତର ଅପରେସନ କରି ଡ୍ରେସିଂ କରି ଛାଡ଼ି ଦେଇଥିଲେ । ପରିବାର ଲୋକେ ଦୁଇଦିନ ପରେ ଆଉ ଥରେ ଡ୍ରେସିଂ ପାଇଁ ଅନ୍ୟ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ମେଡିକାଲ କର୍ତ୍ତୃପକ୍ଷ ଆଙ୍ଗୁଠି କଟା ଯାଇଥିବା କହିଥିଲେ।

ଏହାପରେ ଅପରେସନ୍ କରିଥିବା ଘରୋଇ ନର୍ସିଂହୋମରେ ପାଟିତୁଣ୍ଡ କରିବା ସହ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପରେ ମେଡିକାଲ ସହିତ ବୁଝାମଣା ହୋଇ କ୍ଷତି ପୂରଣ ବାବଦରେ ଅର୍ଥ ନେଇ ଘଟଣାକୁ ରଫାଦଫା କରିଥିଲେ ପରିବାର। 

ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି
ଚୌଦ୍ବାରରେ ଏକ ଘରୋଇ ନର୍ସିଂହୋମ ନାଁରେ ଅଭିଯୋଗ
ଘରୋଇ ନର୍ସିଂହୋମରେ ପାଟିତୁଣ୍ଡ ପରେ ବୁଝାମଣା
କ୍ଷତି ପୂରଣ ଅର୍ଥ ନେଇ ଘଟଣାକୁ ରଫାଦଫା କଲେ ପରିବାର

Scroll to Top