D

d

ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଧମକ। କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି ଦୁର୍ବୃତ୍ତ। କାରଖାନାରେ କାମ କଲେ ହତ୍ୟା ଧମକ ଦେଉଛନ୍ତି ଦୁର୍ବୃତ୍ତ।

author-image

SURAT

SURAT Photograph: (OTV)

ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଧମକ। କାରଖାନାରେ କାମ କଲେ ହାତ ଗୋଡ଼ କାଟି ଜୀଅନ୍ତା ଜାଳି ଦେବାକୁ ଖୋଲା ଧମକ। ଏମିତି କହି ଭୟଭୀତ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଏ ସମ୍ପର୍କିତ ଧମକପୂର୍ଣ୍ଣ ପୋଷ୍ଟର ଫ୍ୟାକ୍ଟ୍ରି କାନ୍ଥରେ ଲଗାଇବା ସହ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ଜୋର ଜବରଦସ୍ତି କାରଖାନା ବନ୍ଦ କରିବାକୁ ବାଧ୍ୟ କରୁଛନ୍ତି କିଛି ଦୁର୍ବୃତ୍ତ। 
ତାଙ୍କ କଥା ନମାନି କାମ କଲେ ଅମରୋଲି, ସାୟନ୍ ଓ ପିପ୍ରୋଡା ଶିଳ୍ପାଞ୍ଚଳରେ କାମ କରୁଥିବା ଓଡ଼ିଆ ଶ୍ରମିଙ୍କୁ ହାତ ଗୋଡ଼ କାଟି ଜୀଅନ୍ତା ଜାଳି ଦେବେ ବୋଲି ଭୟଭୀତ କରୁଛନ୍ତି। ଏପରିକି ରାତିରେ ଦଳ ଦଳ ହୋଇ ବାହାରକୁ ଯାଇ ଶ୍ରମିକମାନଙ୍କୁ ଧମକାଇବା ସହ ହଇରାଣ ବି କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। 
ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଅସାମାଜିକ ଯୁବକ କାରଖାନା ବାହାରେ ଠିଆ ହୋଇ ଭିତରେ କାମ କରୁଥିବା ଓଡ଼ିଶା ଶ୍ରମିକମାନଙ୍କୁ ଧମକ ଦେଉଛନ୍ତି। କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି। ଏହା ପରେ ଭୟଭୀତ ହୋଇ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ।


•    ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଧମକ
•    କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି ଦୁର୍ବୃତ୍ତ
•    କାରଖାନାରେ କାମ କଲେ ହତ୍ୟା ଧମକ ଦେଉଛନ୍ତି ଦୁର୍ବୃତ୍ତ
•    ହାତ ଗୋଡ଼ କାଟି ଜୀଅନ୍ତା ଜାଳି ଦେବାକୁ ଧମକ
•    ଫ୍ୟାକ୍ଟ୍ରି କାନ୍ଥରେ ଲାଗିଛି ଧମକପୂର୍ଣ୍ଣ ପୋଷ୍ଟର
•    ସୋସିଆଲ୍ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟର ଭାଇରାଲ୍
•    ରାତିରେ ଶ୍ରମିକଙ୍କୁ ହଇରାଣ କରୁଛନ୍ତି ଦୁର୍ବୃତ୍ତ
•    CCTVରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧମକ ଭିଡିଓ 
•    କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ

Scroll to Top