ଦେବଗଡ଼: ବସ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର
Published By: Deepak – Prameya-News7 Bureau | November 03, 2025 04:53 PM
NEWS7
ଦେବଗଡ଼: ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଦେବଗଡ଼ ଥାନାଞ୍ଚଳ ହରିଡ଼ାପାଳ ଗ୍ରାମ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ବସ-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାଞ୍ଚଳ କତରକେଲା ଗ୍ରାମର ନିରଞ୍ଜନ ପ୍ରଧାନ। ଗୁରୁତର ଆହତ ହେଲେ ଦେବଗଡ ସହର ଭିତିରିଆ ସାହି ର ସତ୍ୟବ୍ରତ ନାୟକ। ମୃତାହତ ଉଭୟ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଦେବଗଡ଼ରୁ ମଟରସାଇକେଲ ଯୋଗେ କତରକେଲା ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଖବର ପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରୁଛନ୍ତି। ଗୁରୁତର ଆହତ ସତ୍ୟବ୍ରତଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।




