ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ବୀରମହାରାଜପୁର ପୋଲିସ
Published By: Deepak – Prameya-News7 Bureau | November 03, 2025 07:20 PM
NEWS7
ସୁବର୍ଣ୍ଣପୁର: ଗତ ୩୧ ତାରିଖ ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡ଼ି ଆଇଟିଆଇ ପଛପଟେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବୀରମହାରାଜପୁର ପୋଲିସ । ତେବେ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ହୋଇ ନଥିବା ସ୍ପଷ୍ଟ କରିଛି ପୋଲିସ । ଜଣେ ଦୁଷ୍କର୍ମ କରିଥିବାବେଳେ ଜଣେ ସହଯୋଗ କରିଥିଲା। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖ ସନ୍ଧ୍ୟା ସମୟରେ ହିକୁଡ଼ି ନିକଟରେ ଥିବା ଜେଆରପି ଟାଟା ମୋଟର ସର୍ଭିସ ସେଣ୍ଟରରୁ କାମ ସାରି ଘରକୁ ଫେରିବା ବେଳେ ତିନି ଜଣ ଯୁବକ ଆସି ଯୁବତୀଙ୍କ ମୁହଁରେ ସ୍ପ୍ରେ ମାରି ଆଇଟିଆଇ ପଛକୁ ଟେକି ନେବା ସହ ଗଣ ଦୁଷ୍କର୍ମ ହୋଇଥିବା ନେଇ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏନେଇ ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତଦନ୍ତ ସମୟରେ ଦୁଇ ଜଣ ଯୁବକଙ୍କ ସଂପୃକ୍ତ ଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ।



