ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନରେ ପୁଣି ଥରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ଏହାକୁ ଡାଇଭର୍ଟ କରାଯାଇଛି। ସଦ୍ୟ ମାମଲାଟି ଆମେରିକାର କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍ସିସ୍କୋରୁ ଭାୟା କୋଲକାତା ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଉଡ଼ାଣ ସହ ଜଡ଼ିତ, ଯେଉଁଥିରେ ଯାନ୍ତ୍ରିକ ତ୍ରୁଟି ଘଟିବା ପରେ ସୋମବାର ଏହାକୁ ମଙ୍ଗୋଲିଆକୁ ଉଲାନବଟାରରେ ସତର୍କତାମୂଳକ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ଏୟାରଲାଇନ୍ସ ର ଅଫିସିଆଲି ବିବୃତ୍ତି ଅନୁସାରେ, ବିମାନଟି ଉଲାନବଟାରରେ ସୁରକ୍ଷିତ ଅବତରଣ କରାଯାଇ ଥିଲା ଏବଂ ଆବଶ୍ୟକୀୟ ଯାଞ୍ଚ ଦେଇ ଗତି କରିବାକୁ ପଡ଼ିଛି।
ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ୨ ନଭେମ୍ୱରରେ ସାନ୍ ଫ୍ରାନ୍ସିସ୍କୋରୁ କୋଲକାତା ଦେଇ ଦିଲ୍ଲୀ ଆସୁଥିବା ବିମାନ AI17ର ମଙ୍ଗୋଲିଆର ଉଲାନବଟାରରେ ସତର୍କତାମୂଳକ ଲ୍ୟାଣ୍ଡିଂ କରାଯାଇଛି। କାରଣ ଉଡ଼ାଣ ଚାଳକ ଦଳକୁ ରାସ୍ତାରେ ଟେକ୍ନିକାଲ ସମସ୍ୟାର ସନ୍ଦେହ ଥିଲା।
IMPORTANT UPDATE
“AI174 of 02 November, operating from San Francisco to Delhi via Kolkata, made a precautionary landing at Ulaanbaatar, Mongolia, after the flight crew suspected a technical issue en route. The aircraft landed safely at Ulaanbaatar and is undergoing the necessary…
— Air India (@airindia) November 3, 2025
ବିବୃତ୍ତିରେ କୁହାଯାଇଛି , ବିମାନ ଉଲାନବଟାରରେ ସୁରକ୍ଷିତ ରୂପ ଅବତରଣ କରିଛି ଏବଂ ଆବଶ୍ୟକ ଯାଞ୍ଚ ଦେଇ ଗତି କରୁଛି। ଆମେ ସବୁ ଯାତ୍ରୀଙ୍କ ସହାୟତା ପାଇଁ ନିଜର ସହଯୋଗୀଙ୍କ ସହ ମିଶି କାମ କରୁଛନ୍ତି ଏବଂ ଏହାସହ ସମସ୍ତଙ୍କୁ ଅତି ଶୀଘ୍ର ତାଙ୍କର ଗନ୍ତବ୍ୟ ସ୍ଥଳ ଯାଏ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି। ଅପ୍ରତ୍ୟାଶିତ ସ୍ଥିତି କାରଣରୁ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଏୟାର ଇଣ୍ଡିଆରେ , ଯାତ୍ରୀଙ୍କ ଓ ଚାଳକ ଦଳର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା।
ଉଡ଼ାଣ ଟ୍ରାକିଂ ୱେବସାଇଟ୍ Flightradar24.comjରେ ଉପଲବ୍ଧ ସୂଚନା ଅନୁସାରେ, ଏହି ଉଡ଼ାଣର ପରିଚାଳନା ଏକ ବୋଇଂ ୭୭ ବିମାନ କରୁଥିଲା। ଏୟାରଲାଇନ୍ସ ପକ୍ଷରୁ ବିମାନରେ ବସିଥିବା ଯାତ୍ରୀଙ୍କ ସଂଖ୍ୟା ବିଷୟରେ ବିବରଣୀର ଖୁଲାସା କରାଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ମଙ୍ଗୋଲିଆରେ ଫସିଥିବା ଏୟାର ଇଣ୍ଡିଆର ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି।




