ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ପଞ୍ଝାରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ

ଆଇନଜୀବୀ-ପୀତବାସ-ପଣ୍ଡା-ହତ୍ୟା-ମାମଲା,-ପୋଲିସ-ପଞ୍ଝାରେ-ଉମା-ବିଷୋୟୀ-ଓ-କୁରୁପତି-ଭୂୟାଁ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ପଞ୍ଝାରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ

Published By: Kirti – Prameya-News7 Bureau | November 03, 2025 01:11 PM

NEWS7

pitabash

ବ୍ରହ୍ମପୁର ୦୩।୧୧ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲା । ପୋଲିସ ପଞ୍ଝାରେ ଦୁଇ ୨ ଫେରାର୍ ଅଭିଯୁକ୍ତ। ପୀତବାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ଆତ୍ମସମର୍ପଣ ପରେ ଉଭୟଙ୍କୁ ଜେରା କରୁଛି ପୋଲିସ। ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ଖବର ଅନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି।

Scroll to Top