ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ, ସ୍ୱାଗତ କଲେ ରାଜ୍ୟ ସଭାପତି

ବିଜେଡି-ଛାଡ଼ି-ବିଜେପିରେ-ସାମିଲ-ହେଲେ-ଅମର-ପଟ୍ଟନାୟକ,-ସ୍ୱାଗତ-କଲେ-ରାଜ୍ୟ-ସଭାପତି

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ, ସ୍ୱାଗତ କଲେ ରାଜ୍ୟ ସଭାପତି

Published By: Kirti – Prameya-News7 Bureau | November 03, 2025 12:51 PM

NEWS7

bjp

ଭୁବନେଶ୍ୱର ୦୩।୧୧ : ବିଜେପି ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ବରିଷ୍ଠ ରାଜନେତା ଅମର ପଟ୍ଟନାୟକ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହିସମୟରେ ଅନେକ ନେତା ଓ କର୍ମୀଙ୍କ ସହ ବିଜେପି ରାଜ୍ୟ ପ୍ରଭାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ ଦଳ ପାଇଁ କାମ କରିଚାଲିଲେ । ୨୦୧୯ରେ ଦଳ ରାଜ୍ୟସଭା ସାଂସଦ ଭାବେ ଅମର ପଟ୍ଟନାୟକଙ୍କୁ ଚୟନ କରିଥିଲା । ୨୦୧୯ରୁ ପାଞ୍ଚ ବର୍ଷ ଯାଏଁ ସେ ରାଜ୍ୟସଭା ସାଂସଦ ଭାବେ କାମ କରିଥିଲେ । ନିଜ କାର୍ଯ୍ୟକାଳ ସମୟରେ ରାଜ୍ୟସଭାର ବିଭିନ୍ନ କମିଟିର ମଧ୍ୟ ସଦସ୍ୟ ହୋଇଥିଲେ । ଏହାସହିତ ରାଜ୍ୟର ବିଭିନ୍ନ ସମସ୍ୟାକୁ ସଂସଦରେ ଉପସ୍ଥାପନ କରିଥିଲେ ।

ସେହିପରି ରାଜ୍ୟରେ ମଧ୍ୟ ବିରୋଧୀଙ୍କୁ କଡା ଟକ୍କର ଦେଉଥିଲେ । ହେଲେ ଏବେ ପରିସ୍ଥିତି ବଦଳିଛି । ରାଜ୍ୟ ରାଜନୀତିରେ ନେଇଛି ନୂଆ ମୋଡ଼ । ବିଜେଡି କ୍ୟାମ୍ପ ଛାଡ଼ି ବିଜେପି ଶିବିରରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ । ତାହା ପୁଣି ନୂଆପଡ଼ା ଉପନିର୍ବାଚନ ପୂର୍ବରୁ । ନୂଆପଡ଼ା ଉପନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଅମର ପଟ୍ଟନାୟକ ।

Scroll to Top