Published By: Kirti – Prameya-News7 Bureau | November 03, 2025 10:10 AM
NEWS7
ଭୁବନେଶ୍ୱର ୦୩।୧୧ : ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରା ମାମଲା । ଆଉ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ସିଲିକନ ଟେକ୍ ମାଲିକ ସୁରେନ୍ଦ୍ର ନାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ଲୁମ୍ବିନୀ ବିହାରରୁ ସୁରେନ୍ଦ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ସେହିପରି ଅନ୍ୟପଟେ ପୋଲିସ ଏସ୍ଆଇ ସ୍କାମ୍ରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ରବିବାର ଦିନ କ୍ରାଇମବ୍ରାଞ୍ଚ ଉଭୟ ଶଙ୍କର ଓ ମୁନାକୁ ସାମ୍ନାସାମ୍ନା ଜେରା କରୁଥିଲା । ଯେଉଁଥିରେ ସ୍କାମ ନେଇ ଉଭୟଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା । ଏହି ଜେରାରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆଉ ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ରିମାଣ୍ଡ ନେବା ପାଇଁ ଆଜି କୋର୍ଟରେ ହାଜର କରିପାରେ କ୍ରାଇମବ୍ରାଞ୍ଚ ଟିମ୍ ।




