ଆଇସିସି ଚେୟାରମ୍ୟାନଙ୍କ ହାତରୁ ଟ୍ରଫି ନେଲେ ଅଧିନାୟକ, ଭାଙ୍ଗଡା ନାଚିଲେ, କଲେ ଏମିତି….

ଆଇସିସି-ଚେୟାରମ୍ୟାନଙ୍କ-ହାତରୁ-ଟ୍ରଫି-ନେଲେ-ଅଧିନାୟକ,-ଭାଙ୍ଗଡା-ନାଚିଲେ,-କଲେ-ଏମିତି….

ମୁମ୍ୱାଇ ୦୩/୧୧: ଟିମ୍ ଇଣ୍ଡିଆ ଏବେ ICC ମହିଳା ODI ବିଶ୍ୱକପର ନୂତନ ଚାମ୍ପିଅନ୍ । ରବିବାର ନଭି ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ବିଜୟ ପରେ, ଯେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ଟ୍ରଫି ଗ୍ରହଣ କରିବାକୁ ପୋଡିୟମରେ ପହଞ୍ଚିଥିଲେ । ତେବେ ଏହି ଅବସରରେ ସେ ଏମିତି କିଛି କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

ଚାମ୍ପିଅନ ହେବା ପରେ, ଟ୍ରଫି ନେବାକୁ ପହଞ୍ଚିଥିଲେ ହରମନପ୍ରୀତ କୌର । ଜୟ ଶାହଙ୍କୁ ବଡ ଉଷ୍ମତାର ସହ କୁଣ୍ଢାଇଥିଲେ । ଟ୍ରଫି ଗ୍ରହଣ କରିବାକୁ ପୋଡିୟମରେ ପହଞ୍ଚିଥିଲେ। ତା’ପରେ ସେ ଜୟ ଶାହଙ୍କ ପାଦ ଛୁଇଁଥିଲେ । କିନ୍ତୁ, ଜୟ ଶାହ ତାଙ୍କୁ ଏପରି କରିବାରୁ ବାରଣ କଲେ । ତା’ପରେ ଜୟ ଶାହ ହରମନପ୍ରୀତଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Just see the SANSKAR

Harmanpreet tried to TOUCH feet of Jay Shah but he REFUSED & in fact, BOWED to her as she’s Nari Shakti of Bharat 🇮🇳

Then he gave the trophy & LEFT the stage ASAP after the mandatory photos

Recall a leader who was pushed off the stage by the RUDE Aussies… pic.twitter.com/wjLpT6nS9R

— PallaviCT (@pallavict) November 2, 2025

ଟ୍ରଫି ଗ୍ରହଣ କରିବା ପରେ ହରମନପ୍ରୀତ ଖେଳାଳିମାନଙ୍କ ସହିତ ଉତ୍ସବ ପାଳନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଉଲ୍ଲେଖନୀୟ ଯେ ଜୟ ଶାହ ମହିଳା କ୍ରିକେଟକୁ ଆଗକୁ ବଢ଼ାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, ସେ IPL ଅନୁକରଣରେ WPL ଆରମ୍ଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମହିଳା ଖେଳାଳିଙ୍କ ଦରମା ସମ୍ପର୍କରେ ମଧ୍ୟ ଉତ୍କୃଷ୍ଟ କାର୍ଯ୍ୟ କରିଥିଲେ। 
ଆଇସିସି ମହିଳା ଏକଦିବସୀୟ ବିଶ୍ୱକପରେ ଇତିହାସ ରଚି, ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟାଇଟଲ ଜିତିଲା।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଥିଲା। ଦୀପ୍ତି ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା, ସେ ଫାଇନାଲରେ ଏକ ଅର୍ଦ୍ଧଶତକ ସହିତ ପାଞ୍ଚଟି ୱିକେଟ ନେଇଥିଲେ। ଶେଫାଲି ବର୍ମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।

Scroll to Top