ଜଣେ ୟୁଜର ଲେଖିଛନ୍ତି , ‘ଯଦି ଝିଅ ସଂପର୍କ ଗଢ଼ିବାକୁ ଆସେ ତେବେ କୌଣସି ଅବସ୍ଥାରେ ଗଢ଼ିପାରେ ‘। ଦ୍ୱିତୀୟ ୟୁଜର ଲେଖନ୍ତି, ‘ଏହା ଅସଲି ପ୍ରେମ, ଯାହା ଆଜିକାଲିର କପଲରେ ଦେଖାଯାଏ ନାହିଁ’।
/odishatv-khabar/media/media_files/2025/11/02/love-2025-11-02-19-21-03.jpg)
LOVE Photograph: (OTV)
ଏହି ଦୁନିଆରେ ପତି-ପତ୍ନୀର ସମ୍ପର୍କ ସବୁଠାରୁ ନିକଟତମ ଓ ପ୍ରେମମୟ ସମ୍ପର୍କ, ଯାହା ସୋସିଆଲ୍ ମିଡିଆରେ ବିଭିନ୍ନ ରିଲ୍ ବନାଇ ବହୁତ ଜଟିଳ କରି ଦିଆଯାଇଛି। ସୋସିଆଲ୍ ମିଡିଆରେ ଆପଣ ଦେଖିବେ ଯେ ଘରେ ପତି-ପତ୍ନୀଙ୍କ କଣ ଅବସ୍ଥା ଓ ସେମାନଙ୍କ ସମ୍ପର୍କରେ କେତେ ପ୍ରେମ ଓ କେତେ ବିବାଦ। ଯଦିଓ ଏହା ସଂପୂର୍ଣ୍ଣ ଭାବେ ଠିକ୍ ନୁହେଁ।
କୁହାଯାଏ ଯେ ପତି-ପତ୍ନୀର ସେହି ସମ୍ପର୍କ ହିଁ କଣ, ଯେଉଁଥିରେ ପ୍ରେମ ସହିତ ଅଭିମାନ ରାଗ ନଥାଏ। ପତ୍ନୀମାନଙ୍କୁ ନେଇ ବିଭିନ୍ନ ରିଲରେ ଦେଖାଯାଏ ଯେ ସେମାନେ ସେହି ଜିନିଷଗୁଡ଼ିକର ଦାବି କରନ୍ତି, ଯାହା ସେମାନଙ୍କ ସ୍ବାମୀଙ୍କ ବଜେଟରୁ ବାହାରେ। ଅନେକେ ପତି-ପତ୍ନୀର ସମ୍ପର୍କକୁ କଣ୍ଡିସନାଲ୍ ରିଲେସନ୍ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକଙ୍କର ଏହି ଭ୍ରମ ଦୂର ହୋଇପାରେ।
ଯେଉଁଠାରେ, ଆଜିର ସମୟରେ ପତ୍ନୀମାନେ ସେମାନଙ୍କ ସ୍ବାମୀ ଙ୍କ ସହିତ ମହଙ୍ଗା-ମହଙ୍ଗା ବାଇକ୍ ଓ କାରରେ ବୁଲୁଛନ୍ତି , ସେଠାରେ ଆଜିର ୫ଜି ଯୁଗରେ ଜଣେ ପତ୍ନୀ ନିଜ ପତିଙ୍କ ସହିତ ଜିନିଷ ବୁହା ଗାଡ଼ିରେ ବୁଲୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓ କହୁଛି ଯେ ପତି-ପତ୍ନୀର ପ୍ରେମ କୌଣସି ଲଗଜୁରୀ କାରରେ ବୁଲିବା ଉପରେ ସ୍ଥିର ହୋଇନଥାଏ ।ଏହି ଭିଡିଓରେ କ୍ୟାପ୍ସନରେ ଲେଖାଯାଇଛି, ‘ତୁମେ କିଏ, କେଉଁଠାରେ ଅଛ, କଣ କରୁଛ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ, କେବଳ ତୁମର ପ୍ରେମ ମହତ୍ତ୍ୱପୂର୍ଣ୍ଣ’।
ଜଣେ ୟୁଜର ଲେଖିଛନ୍ତି , ‘ଯଦି ଝିଅ ସଂପର୍କ ଗଢ଼ିବାକୁ ଆସେ ତେବେ କୌଣସି ଅବସ୍ଥାରେ ଗଢ଼ିପାରେ ‘। ଦ୍ୱିତୀୟ ୟୁଜର ଲେଖନ୍ତି, ‘ଏହା ଅସଲି ପ୍ରେମ, ଯାହା ଆଜିକାଲିର କପଲରେ ଦେଖାଯାଏ ନାହିଁ’। ତୃତୀୟ ୟୁଜର୍ସ ଲେଖିଛନ୍ତି ଆଜିକାଲିର ଝିଅମାନେ ନିଜେ କିଛି କରନ୍ତି ନାହିଁ ଓ ପତିଙ୍କ ଠାରୁ ବିଏମଡବ୍ଲୁ ଓ ଛଅ ଡିଜିଟ୍ ଦରମା ଆଶା କରନ୍ତି । ।




