ନୂଆପଡ଼ାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଖୁବ୍ଶୀଘ୍ର ସ୍ପଷ୍ଟ ହେବ ତାରିଖ
Published By: Ruby – Prameya-News7 Bureau | November 02, 2025 04:25 PM
NEWS7
ଭୁବନେଶ୍ବର ୨।୧୧: ନୂଆପଡ଼ାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ୬ ତାରିଖରୁ ୮ ତାରିଖ ମଧ୍ୟରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ନୂଆପଡ଼ାରେ ନବୀନ ବାବୁ ତାଙ୍କ ଦଳ ପ୍ରାର୍ଥୀ ପାଇଁ ପ୍ରଚାର କରିବେ କିନ୍ତୁ ସ୍ଥିତି ଯାହା ଅଛି ବିଜେପି ନିଶ୍ଚୟ ଜିତିବ । ଜୟ ଢୋଲକିଆଙ୍କ ସପକ୍ଷରେ ବିପୁଳ ସମର୍ଥନ ଅଛି ସେ ସୁନିଶ୍ଚିତ ଜିତିବେ । ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବେ । ମୁଖ୍ୟମନ୍ତ୍ରୀ ୬ରୁ ୮ ମଧ୍ୟରେ ଦୁଇ ଦିନ ନୂଆପଡ଼ା ଗସ୍ତରେ ଯିବେ । ଖୁବ୍ଶୀଘ୍ର ତାରିଖ ସ୍ପଷ୍ଟ ହେବ । ସେଠାରେ ପ୍ରମୁଖ ପ୍ରଚାର ଦିନ ଗୁଡିକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।




